Latest Odisha News

BREAKING NEWS

ଜାତିଆଣ ପ୍ରସଙ୍ଗରେ ଯୁବକଙ୍କୁ ବାନ୍ଧି ପିଟିପିଟି ମାରିଦେଲେ ଗାଁ ଲୋକେ

ବାଲୁଗାଁ: ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅଞ୍ଚଳରେ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ବାଘୁଆପଦର ଗାଁର ତୋଫାନ ନାୟକ ନଡ଼ିଆ ତୋଳିବାକୁ ପାଖ ଖଣତ ଗାଁକୁ ଯାଇଥିଲେ । ସେଠାରେ ସେ ଜଣଙ୍କ ଘରର କବାଟ ଛୁଇଁବାରୁ ଲୋକେ ଜାତିଆଣ ଆକ୍ଷେପ କରି ତାଙ୍କୁ ବାନ୍ଧି ନିର୍ଦ୍ଧୁମ ପିଟି ଥିଲେ ।

ଘର ଲୋକେ ପ୍ରଥମେ ତୋଫାନଙ୍କୁ ବାଣପୁର ମେଡିକାଲ୍‌ରେ ଭର୍ତ୍ତି କରିଥିଲେ । ସ୍ଵାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ତୋଫାନଙ୍କୁ କ୍ୟାପିଟାଲ୍ ହସ୍ପିଟାଲ୍ ଅଣା ଯାଇଥିଲା । କ୍ୟାପିଟାଲ୍ ହସ୍ପିଟାଲ୍‌ରେ ତୋଫାନଙ୍କ ମୃତ୍ୟୁ ହୋଇଛି । ପୁଅର ମୃତ୍ୟୁ ପରେ ବାଣପୁର ପୋଲିସକୁ ଦାୟୀ କରିଛନ୍ତି ପରିବାର ଲୋକେ ।

ଏସ୍‌ପି କହିଛନ୍ତି, ଚୋରି ଅଭିଯୋଗରେ ଜଣେ ଯୁବକଙ୍କୁ ବାନ୍ଧି ମାଡ଼ ମରା ଯାଇଥିବା ପୋଲିସକୁ କଲ୍ ଆସିଥିଲା । ପରିବାର ଲୋକଙ୍କ ଅଭିଯୋଗ ଅନୁସାରେ, ପୋଲିସ ହତ୍ୟା ମାମଲା ରୁଜୁ କରି ତଦନ୍ତ କରୁଛି । ପୋଲିସ ୨ ଜଣଙ୍କୁ ଅଟକ ରଖି ତଦନ୍ତ କରୁଥିବା ଏସପି କହିଛନ୍ତି ।

Leave A Reply

Your email address will not be published.