Latest Odisha News

BREAKING NEWS

ଫିଫା ବିଶ୍ୱକପ: କେପ ଭେର୍ଡେ ଟିମର ଅଧିନାୟକଙ୍କ ଉପରେ ମାରାତ୍ମକ ଅଭିଯୋଗ

ନୂଆଦିଲ୍ଲୀ: ଫିଫା ବିଶ୍ୱକପ ଫୁଟବଲରେ କେପ ଭେର୍ଡେ ଟିମ ତାର ପ୍ରଦର୍ଶନ ମାଧ୍ୟମରେ ରାଉଣ୍ଡ ଅଫ ୩୨ରେ ପ୍ରବେଶ କରିଛି । ଜୁଲାଇ ୪ରେ ଦଳ ବ୍ରାଜିଲ ବିପକ୍ଷରେ ନକଆଉଟ ମ୍ୟାଚ ଖେଳିବ । ତେବେ ଟିମର ଅଧିନାୟକ ର‌୍ୟାନ ମେଣ୍ଡିସଙ୍କ ନାମରେ ମାରାତ୍ମକ ଅଭିଯୋଗ ସେମାନଙ୍କ ପ୍ରସ୍ତୁତିରେ ବାଧା ସୃଷ୍ଟି କରିଛି । ରିପୋର୍ଟ ଅନୁସାରେ ମାର୍ଚ୍ଚ ୨୦୨୬ାର କେପ ଭେର୍ଡେ ଟିମ ଫିଫା ସିରିଜ ଖେଳିବା ପାଇଁ ନ୍ୟୁଜିଲାଣ୍ଡ ଯାଇଥିଲା । ସେ ସମୟରେ ବ୍ରାଜିଲର ଜଣେ ମହିଳା ଟ୍ରାନ୍ସଲେଟର ଟିମ ସହିତ ଜଡିତ ଥିଲେ ।

ପରେ ଉକ୍ତ ମହିଳା ଅଭିଯୋଗ କରିଥିଲେ ଯେ, ଅକଲାଣ୍ଡର ଏକ ହୋଟେଲରେ ର‌୍ୟାନ ଜବରଦସ୍ତ ତାଙ୍କ ରୁମରେ ପ୍ରବେଶ କରିବା ସହ ଶାରୀରିକ ଓ ଯୌନ ଉତ୍ପୀଡନ ଦେଇଥିଲେ । ମେଡିକାଲ ରିପୋର୍ଟରେ ଶରୀରରେ ଆଘାତ ଥିବା ପ୍ରମାଣ ମିଳିଥିଲା । ପୋଲିସ ଆବଶ୍ୟକ ଯାଂଚ କରିବା ପରେ ଟିମ ଅଧିକାରୀରଙ୍କୁ ଏ ସମ୍ପର୍କରେ ଜଣାଇଥିଲେ । ତେବେ ଏ ପର୍ଯ୍ୟନ୍ତ ର‌୍ୟାନଙ୍କ ବିରୋଧରେ ଅଭିଯୋଗ ସାବ୍ୟସ୍ତ ହୋଇନି । ତଦନ୍ତ ପ୍ରକ୍ରିୟା ଶେଷ ହେବା ପରେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯିବ ବୋଲି ଫିଫା ପକ୍ଷରୁ ମଧ୍ୟ କୁହାଯାଇଛି । କେପ ଭେର୍ଡେ ଫୁଟବଲ ଆସୋସିଏଶନ ପକ୍ଷରୁ କୌଣସି ବୟାନ ଜାରୀ କରାଯାଇ ନାହିଁ ।

Leave A Reply

Your email address will not be published.