ନୂଆପଡ଼ା:ବନ ବିଭାଗ କର୍ମଚାରୀଙ୍କ ଆଖିରେ ଧୂଳି ଦେଇ ବେଆଇନ ଶିକାର ଓ ବନ୍ୟଜନ୍ତୁଙ୍କ ଦେହାବଶେଷର କାରବାର କରୁଛନ୍ତି ବନ୍ୟଜନ୍ତୁ ଶିକାରୀ । ଆଜି ନୂଆପଡ଼ା ଜିଲ୍ଲା ସୁନାବେଡ଼ା ଅଭୟାରଣ୍ୟ ସୀମାନ୍ତ ଛତିଶଗଡ ରାଜ୍ୟ ଉଦନ୍ତି- ସୀତାନଦୀ ଅଭୟାରଣ୍ୟ ଅଞ୍ଚଳରୁ ବାଘ ଛାଲ ଜବତ ହୋଇଛି। ଏହି ଘଟଣାରେ ଦୁଇଜଣଙ୍କୁ ଗିରଫ କରାଯାଇଛି। ଗିରଫ ଶିକାରୀମାନେ ମହାରାଷ୍ଟ୍ର ଚନ୍ଦ୍ରପୁର ଅଞ୍ଚଳର ବୋଲି ଜଣାପଡ଼ିଛି।
ଏହି ବାଘକୁ ସେମାନେ ଇନ୍ଦ୍ରାବତୀ ଅଭୁଝମାଡରେ ଶିକାର କରିଥିବା ସ୍ବୀକାର କରିଛନ୍ତି।
ସୂଚନାଥାଉକି, ଛତିଶଗଡ ଉଦନ୍ତି ସୀତାନଦୀ ଟାଇଗର ରିଜର୍ଭ ଆଣ୍ଟୀ ପୋଚିଂ ଟିମକୁ ବାଘଛାଲର ଚାଲାଣ ହେଉଥିବା ନେଇ ସୂଚନା ମିଳିଥିଲା। ଏହି ସୂଚନା ଆଧାରରେ ଟିମ୍ ଚଢ଼ାଉ କରିଥିଲା। ଭାନୁପ୍ରତାପପୁର ଗାଁ ନିକଟରୁ ଦୁଇଜଣଙ୍କୁ କାବୁ କରିବା ସହ ସେମାନଙ୍କ ନିକଟରୁ ଏକ ବାଘଛାଲ ଜବତ କରାଯାଇଛି ।
