ପୁଣେ: କେତନ ଅଗ୍ରୱାଲଙ୍କ ମୃତ୍ୟୁରେ ମ୍ରିୟମାଣ ଥିବା ଅଗ୍ରୱାଲ ପରିବାରରେ ପୁଣି ଏକ ଦୁଃଖର ଲହରୀ ଖେଳିଯାଇଛି। ନାତି କେତନ ଅଗ୍ରୱାଲଙ୍କ ମୃତ୍ୟୁର ସତର ଦିନ ପରେ ଜେଜେବାପା ଦେବୀଚାନ୍ଦ ଅଗ୍ରୱାଲଙ୍କ ଶନିବାର ରାତିରେ ପୁଣେର ଏକ ହସ୍ପିଟାଲରେ ଦେହାନ୍ତ ହୋଇଛି।
ପରିବାର ସଦସ୍ୟଙ୍କ ଅନୁଯାୟୀ, ସେ ତାଙ୍କ ନାତିର ମୃତ୍ୟୁ ସହ୍ୟ କରିପାରୁ ନଥିଲେ। କେତନଙ୍କ ମୃତ୍ୟୁ ପରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଆହୁରି ଖରାପ ହୋଇଯାଇଥିଲା। ଯାହାପରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଶନିବାର ରାତିରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ତାଙ୍କ ବୟସ ୭୧ ବର୍ଷ ଥିଲା।
ପରିବାର ପକ୍ଷରୁ କୁହାଯାଇଛି ଯେ ଦେବୀଚାନ୍ଦ ତାଙ୍କ ନାତିର ମୃତ୍ୟୁରେ ଗଭୀର ମର୍ମାହତ ହୋଇଥିଲେ ଏବଂ ସେବେଠାରୁ ମାନସିକ ଭାବରେ ବିଚଳିତ ଥିଲେ। ଯେଉଁଥିରେ ସେ ଖୁବ୍ ଆଘାତ ପାଇଥିଲେ।