ଭୁବନେଶ୍ବର: ଓଡ଼ିଶାରେ ଶେଷ ହୋଇଛି ସ୍ୱତନ୍ତ୍ର ସଘନ ସଂଶୋଧନ (ଏସ୍ଆଇଆର) ପ୍ରକ୍ରିୟା । ଏଥିସହ ଚିଠା ଭୋଟର୍ ତାଲିକା ପ୍ରକାଶ ପାଇଛି । ଏହି ପ୍ରକ୍ରିୟାରେ ୨୦ ଲକ୍ଷ ୧୪ ହଜାର ଭୋଟରଙ୍କ ନାଁ କଟିଥିବା ତାଲିକାରେ ପ୍ରକାଶ ପାଇଛି । ଏନେଇ ସୂଚନା ଦେଇଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଆର୍.ଏସ୍ ଗୋପାଳନ ।
ରାଜ୍ୟରେ ବର୍ତ୍ତମାନ ୩ କୋଟି ୩୩ ଲକ୍ଷ ୯୯ ହଜାର ୫୯୧ ଭୋଟର ଥିବା ବେଳେ ୩ କୋଟି ୧୩ ଲକ୍ଷ ୮୭ ହଜାର ୩୪ ଭୋଟର ସେମାନଙ୍କ ଫର୍ମ ଦାଖଲ କରିଛନ୍ତି ୨୦ ଲକ୍ଷ ୧୪ ହଜାର ଲୋକଙ୍କ ନାମ ବାଦ ପଡିଥିବା ବେଳେ ଏଠି ମଧ୍ୟରୁ ମୃତ ବ୍ୟକ୍ତିଙ୍କ ସଂଖ୍ୟା ୮ ଲକ୍ଷ ୩୨ ହଜାର ଭୋଟର ରହିଛନ୍ତି ।
ସେହିପରି ଅନୁପସ୍ଥିତ ଭୋଟର ୧୦ ଲକ୍ଷ ୭ ହଜାର ରହିଛନ୍ତି । ସେହିଭଳି ୧ ଲକ୍ଷ ୫୮ ହଜାର ଓ ଅନ୍ୟ କାରଣ ପାଇଁ ୧୪ ହଜାର ଭୋଟର ରହିଛନ୍ତି । ରାଜ୍ୟରେ ୧ କୋଟି ୬୦ ଲକ୍ଷ ୧୯ ହଜାର ୧୭୬ ପୁରୁଷ ଭୋଟର ଥିବା ବେଳେ ୧ କୋଟି ୫୩ ଲକ୍ଷ ୬୫ ହଜାର ୮୩ ଜଣ ମହିଳା ଭୋଟର ରହିଛନ୍ତି । ସେହିଭଳି ୨ ହଜାର ୭୭୫ ଜଣ ତୃତୀତ ଲିଙ୍ଗି ଭୋଟର ରହିଛନ୍ତି ।
ଓଡ଼ିଶାରେ ୩୧ଟି ନିର୍ବାଚନ ଜିଲ୍ଲା ହୋଇଛି । ନୂତନ ଭାବେ ଭୁବେନେଶ୍ୱର ନିର୍ବାଚନ ଜିଲ୍ଲା ହୋଇଛି ।
ଅଯୋଗ୍ୟ ବ୍ୟକ୍ତିଙ୍କୁ ଚିଠା ତାଲିକାରୁ ବାଦ୍ ଦେବା ପ୍ରାଥମିକତା କହିଛନ୍ତି ସିଇଓ। ଭୁଲରେ କାହାର ନାଁ କଟିଥିଲେ ଏନେଇ ଆବେଦନ କରିପାରିବେ । ବିଏ୍ଓଙ୍କୁ କଲ୍ କରି ଅଥବା ଓ୍ବେବସାଇଟ୍ ରେ ନାଁ ଅଛି କି ନାହିଁ ଚେକ୍ କରିହେବ । ନାଁ ନ ଥିଲେ ଫର୍ମ-୬ର ଆନେକ୍ସର-୪ ଅନୁଯାୟୀ ଆବେଦନ କରିପାରିବେ । ୧୮ ବର୍ଷରୁ ଉର୍ଦ୍ଧ୍ବ ସମସ୍ତେ ଆବେଦନ କରି ପାରିବା ନେଇ ସୂଚନା ଦେଇଛନ୍ତି ସିଇଓ ।