ନୂଆଦିଲ୍ଲୀ: ଚାଇନିଜ୍ ସ୍ମାର୍ଟଫୋନ୍ କମ୍ପାନୀ ଶାଓମୀ ପୁଣିଥରେ ଭାରତୀୟ ବଜାରରେ ଲଞ୍ଚ କରିବାକୁ ଯାଉଛି ନୂଆ ରେଡମୀ ୯ଏ ଓ ୯ ସ୍ମାର୍ଟଫୋନ୍ ।
କମ୍ପାନୀର ସୂଚନାନୁଯାୟୀ ଆସନ୍ତା ଫେବୃଆରୀ ୧୧ ତାରିଖରେ ଏହି ସ୍ମାର୍ଟଫୋନ୍ ଲଞ୍ଚ କରାଯିବ । ଏଥିସହିତ ରେଡମୀ ପାୱାର ବ୍ୟାଙ୍କ ମଧ୍ୟ ରହିଛି ।
Brace yourselves for the first #Redmi launch of 2020, launching on 11th Feb, 12 noon! 🤩 #MorePowerToRedmi
Not 1️⃣ but 2️⃣ amazing surprises are coming your way! 🙌
Excited for #DeshKaDumdaarSmartphone?
RT this & click here to get notified:https://t.co/diNs9KBh3i#Xiaomi ❤️️ pic.twitter.com/WD4vlSgwNs— Manu Kumar Jain (@manukumarjain) February 6, 2020
ଶାଓମୀ ପକ୍ଷରୁ ଏନେଇ ଟ୍ୱିଟ୍ ମଧ୍ୟ କରାଯାଇଛି । ଏହା କମ୍ପାନୀର ଚଳିତ ବର୍ଷର ପ୍ରଥମ ଲଞ୍ଚ ହୋଇପାରେ ଆଲୋଚନା ହେଉଛି ।
ଜାଣନ୍ତୁ କ’ଣ ରହିଛି ଫିଚର୍ସ (ରେଡମୀ ୯ଏ ଓ ୯)
- ରେଡମୀ ୯ଏ ର ଡିସେପ୍ଲ ସାଇଜ୍ ୬.୪ ଇଞ୍ଚ ରହିଥିବା ବେଳେ ରେଡମୀ ୯ର ୬.୩ ରହିଛି ।
- ଉଭୟର ଡିସପ୍ଲେ ଟାଇପ୍ ଫୁଲ୍ ଏଚଡି ସୁପର ହୋଇଥିବା ବେଳେ ଆଣ୍ଡ୍ରୋଏଡ୍ ୯ ପାଇ ରହିଛି ।
- ଫ୍ରଣ୍ଟ କ୍ୟାମେରା ୮ ଏମପି ରହିଥିବା ବେଳେ ରେଡମୀ ୯ର ୫ଏମପି ରହିଛି ।
- ସେହିପରି ରିୟର କ୍ୟାମେରା (୯ଏ)- ୧୩ ଏମପି+ ୫ ଏମପି ହୋଇଥିବା ବେଳେ ରେଡମୀ ୯ର (୧୩ ଏମପି+୨ ଏମପି) ରହିଛି ।