Latest Odisha News

BREAKING NEWS

ବାପା ଦେଉଥିଲେ ଯୌନ ନିର୍ଯାତନା; ଚିକିତ୍ସାଧିନ ଅବସ୍ଥାରେ ଆଖି ବୁଜିଲା ଝିଅ

ଭୁବନେଶ୍ୱର: ଗଞ୍ଜାମରେ ଆତ୍ମାହୁତି ଉଦ୍ୟମ କରିଥିବା ୨୨ ବର୍ଷୀୟା ଯୁବତୀଙ୍କ ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ ଘଟିଛି। ସେ ତାଙ୍କ ବାପାଙ୍କ ବିରୋଧରେ ଯୌନ ନିର୍ଯାତନାର ଅଭିଯୋଗ କରି ଆତ୍ମହତ୍ୟା କରିବାକୁ ଚେଷ୍ଟା କରିଥିଲେ। ଯାହା ପରେ ସେ ଭୁବନେଶ୍ୱରର ଏକ ହସ୍ପିଟାଲରେ ଚିକିତ୍ସାଧୀନ ଥିଲେ।

ଆତ୍ମହତ୍ୟା ଉଦ୍ୟମ କରିଥିବା ମହିଳାଙ୍କ ଶରୀରର ୭୫% ପୋଡ଼ି ଯାଇଥିଲେ। ତାଙ୍କୁ ପ୍ରଥମେ ବ୍ରହ୍ମପୁରର ଏମକେସିଜି ମେଡିକାଲ କଲେଜ ଏବଂ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ଏବଂ ପରେ ତାଙ୍କ ଅବସ୍ଥା ଗୁରୁତର ହେବାରୁ ଭୁବନେଶ୍ୱରର ଏକ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା। ପରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି।

ମହିଳାଙ୍କ ଅଭିଯୋଗ ଏବଂ ତଦନ୍ତ ସମୟରେ ସଂଗୃହୀତ ପ୍ରମାଣ ଆଧାରରେ ମହିଳାଙ୍କ ପିତା ଯିଏ କି ପେଶାରେ ଶିକ୍ଷକ। ତାଙ୍କୁ ଶନିବାର ଗିରଫ କରାଯାଇଥିଲା।

ପୋଲିସ ଅନୁଯାୟୀ, ବ୍ରହ୍ମପୁରର ଏମକେସିଜି ମେଡିକାଲ କଲେଜ ଏବଂ ହସ୍ପିଟାଲରେ ତାଙ୍କ ବୟାନ ରେକର୍ଡ କରାଯିବା ସମୟରେ ମହିଳା ତାଙ୍କ ବାପା ଏବଂ ଅନ୍ୟ ଦୁଇଜଣଙ୍କ ନାମରେ ଅଭିଯୋଗ କରିଥିଲେ।

ପିତାଙ୍କୁ ପ୍ରମାଣ ଆଧାରରେ ଗିରଫ କରାଯାଇଥିବା କହିଛନ୍ତି ଅତିରିକ୍ତ ପୋଲିସ ଅଧୀକ୍ଷକ (ବ୍ରହ୍ମପୁର) ଆଲୋକ ଜେନା।ମହିଳା ଜଣକ ଅଭିଯୋଗ କରିଛନ୍ତି ଯେ ତାଙ୍କ ବାପା ତାଙ୍କ ବିବାହ ପୂର୍ବରୁ ଯୌନ ନିର୍ଯାତନା ଦେଇଥିଲେ ଏବଂ ବିବାହ ପରେ ମଧ୍ୟ ତାଙ୍କୁ ନିର୍ଯାତନା ଦେଉଥିଲେ।

ଅଭିଯୁକ୍ତ ପିତା ଝିଅର ଶ୍ୱଶୁରଙ୍କଠାରୁ ୧୦ ଲକ୍ଷ ଟଙ୍କା ଋଣ ନେଇଥିଲା କିନ୍ତୁ ଟଙ୍କା ଫେରାଇବାରେ ବିଫଳ ହୋଇଥିଲେ। ଫଳରେ ଶ୍ୱଶୁର ଟଙ୍କା ଫେରସ୍ତ କରିବାକୁ କହିଥିଲେ। ଯେତେବେଳେ ଝିଅ ଟଙ୍କା ଫେରସ୍ତ ମାଗିଥିଲେ ସେତେବେଳେ ଅଭିଯୁକ୍ତ ବାପା ତାଙ୍କୁ ବ୍ଲାକମେଲ୍ କରିଥିଲେ ଏବଂ ତାଙ୍କର ଅନ୍ତରଙ୍ଗ ଫଟୋ ସାର୍ବଜନୀନ କରିବାକୁ ଧମକ ଦେଇଥିଲେ।ଯାହା ଫଳରେ ସେ ଏହି ଚରମ ପଦକ୍ଷେପ ନେଇଥିଲେ ବୋଲି ପୋଲିସ କହିଛି।

 

Leave A Reply

Your email address will not be published.