Latest Odisha News

BREAKING NEWS

ଇସ୍କନ ସ୍ପଷ୍ଟୀକରଣର କଡ଼ା ଜବାବ ରଖିଲେ ଗଜପତି ମହାରାଜା

ପୁରୀ: ଇସ୍କନ ସ୍ପଷ୍ଟୀକରଣର କଡ଼ା ଜବାବ ରଖିଲେ ଗଜପତି ମହାରାଜା ଦିବ୍ୟସିଂହ ଦେବ । ସେ କହିଛନ୍ତି ଯେ, ଇସ୍କନ ମୁମ୍ବାଇ ସ୍ଥିତ ଜୁହୁ ଶାଖା ପକ୍ଷରୁ ଦିଆଯାଇଥିବା ପ୍ରେସ ରିଲିଜ୍ ରେ ରହିଥିବା ତଥ୍ୟ ସଂପୂର୍ଣ୍ଣ ମିଥ୍ୟା ଓ ଅପ୍ରାସଙ୍ଗିକ । ଶ୍ରୀନହରରେ ପୁରୀର ବିଦ୍ୱାନ ଓ ଇସ୍କନ ବିଦ୍ୱାନଙ୍କ ମଧ୍ୟରେ ଆଲୋଚନା ଓ ତର୍କ ହୋଇଥିଲା। ତେବେ ପୁରୀ ବିଦ୍ୱାନ ତର୍କରେ ହାରିଯାଇଥିଲେ ବୋଲି ଇସ୍କନ ସଂପୂର୍ଣ୍ଣ ମନଗଢ଼ା କାହାଣୀ କହୁଛି ।

ଆସନ୍ତାକାଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଲିଖିତ ଭାବେ ଏହାର କଡ଼ା ଜବାବ ଦିଆଯିବ । ୧୯୯୧ ମସିହା ପୂର୍ବରୁ ଇସ୍କନ ଅଦିନିଆ ରଥଯାତ୍ରା ଆୟୋଜନ କରିଆସୁଛି । ଏହା ଜାଣିବା ପରେ ବ୍ୟକ୍ତିଗତ ଭାବେ ଏହା ବନ୍ଦ କରିବା ପାଇଁ ପ୍ରଥମେ ମୌଖିକ ଓ ପରେ ଚିଠି ମାଧ୍ୟମରେ ବାରମ୍ବାର କୁହାଯାଉଛି ।

ଶ୍ରୀମନ୍ଦିର ପରିଚାଳନା କମିଟି ମଧ୍ୟ ଲିଖିତ ଭାବେ ଅନେକ ଥର ଇସ୍କନ ଜିଭିସିକୁ ଏ ସମ୍ପର୍କରେ ଅବଗତ କରାଇଥିଲା।ଏହା ସତ୍ତ୍ୱେ ଇସ୍କନ ବିଶ୍ୱର ବିଭିନ୍ନ ସ୍ଥାନରେ ଅ-ତିଥିରେ ଓ ଅଦିନିଆ ସ୍ନାନଯାତ୍ରା ଓ ରଥଯାତ୍ରା ଆୟୋଜନ କରିଆସୁଛି। ବର୍ତ୍ତମାନ ପ୍ରବାସୀ ଭାରତୀୟଙ୍କ ସହ ଭାରତ ଓ ଓଡ଼ିଶାରେ ବିଭିନ୍ନ ସ୍ଥାନରେ ବିରୋଧ ପରେ ଇସ୍କନ ପ୍ରେସ ରିଲିଜ୍ ମାଧ୍ୟମରେ ଏଭଳି ମିଥ୍ୟା ଓ ବିଭ୍ରାନ୍ତିକର ତଥ୍ୟ ଦେଇଛି ବୋଲି ଗଜପତି ମହାରାଜା ଦିବ୍ୟସିଂହ ଦେବ କହିଛନ୍ତି ।

Leave A Reply

Your email address will not be published.