ବାଲେଶ୍ବର: ସମ୍ବଲପୁର ଓ ଅନୁଗୋଳ ପରେ ଆଜି ଗୋଟିଏ ଦିନରେ ବାଲେଶ୍ବର କୋର୍ଟକୁ ମିଳିଛି ବୋମା ଧମକ । ବାଲେଶ୍ବର ଜିଲ୍ଲ ଦୌରାଜଜ କୋର୍ଟକୁ ଆସିଛି ବୋମା ଧମକ। କୋର୍ଟକୁ ବୋମାରେ ଉଡାଇ ଦେବାକୁ ବିଚାରପତିଙ୍କ ନିକଟକୁ ଆସିଛି ଅଜଣା ଇମେଲ୍ ।
ଧମକ ଆସିବା ପରେ କୋର୍ଟ ପରିସରରେ ଲୋକେ ଭୟଭୀତ ହୋଇ ପଡିଥିଲେ । ତୁରନ୍ତ କୋର୍ଟ ପରିସରରୁ ସମସ୍ତଙ୍କୁ ଖାଲି କରାଯାଇଥିଲା । କୋର୍ଟ ପରିସରରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । କୋର୍ଟ ପରିସରରେ ଅଧିକ ମାତ୍ରାରେ ପୋଲିସ ମୁତୟନ ହୋଇଛନ୍ତି ।
ବୋମା ନିଷ୍କ୍ରିୟକାରୀ ଟିମ୍ କୋର୍ଟ ପରିସରରେ ଛାନଭିନ କରୁଛନ୍ତି ।
ଅନ୍ୟପଟେ, ଅନୁଗୋଳ ଜିଲ୍ଲା ଓ ଦୌରା ଜଜ୍ କୋର୍ଟକୁ ବୋମାରେ ଉଡ଼ାଇ ଦେବାକୁ ଧମକ ମିଳିଛି । ଏକ ଅଜ୍ଞାତ ଇମେଲ୍ ଜରିଆରେ ଏହି ଧମକ ମିଳିଥିବା ଜଣାପଡିଛି । ସୁରକ୍ଷା ପ୍ରୋଟୋକଲ୍ ଅନୁଯାୟୀ, ବୋମା ଚିହ୍ନଟ ଓ ନିଷ୍କ୍ରିୟକାରୀ ଦଳ, ଡଗ୍ ସ୍କ୍ବାଡ୍ ଏବଂ ବରିଷ୍ଠ ପୋଲିସ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି କୋର୍ଟର କୋଣ ଅନୁକୋଣ ଯାଞ୍ଚ କରୁଛନ୍ତି ।
ଆଜି ସମ୍ବଲପୁର ଜିଲ୍ଲା କୋର୍ଟକୁ ବୋମା ଧମକ ମଧ୍ୟ ମିଳିଛି । ବୋମା ଧମକ ଆସିବା ପରେ ପୋଲିସ ଓ ବମ୍ ସ୍କ୍ବାର୍ଡ ପହଞ୍ଚି କୋର୍ଟ ପରିସରରେ ଯାଞ୍ଚ କରିଥିଲେ । ଏହାକୁ ମିଶାଇ ସମ୍ବଲପୁର ଜିଲ୍ଲା କୋର୍ଟକୁ ୪ ଥର ବୋମା ଧମକ ମିଳିଲାଣି ।