ସୁନ୍ଦରଗଡ଼: ଭିଜିଲାନ୍ସ ଜାଲରେ ପୂର୍ବତନ ରେଞ୍ଜର । ସୁନ୍ଦରଗଡ଼ କୋଇଡ଼ା ଖଣି ଅଞ୍ଚଳର ପୂର୍ବତନ ରେଞ୍ଜର ପ୍ରସନ୍ନ କୁମାର ପ୍ରଧାନ ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି । ଗତ ୩୦ ଜୁନ୍ରେ ସେ ଅବସର ନେଇଥିଲେ । ହେଲେ ନିଜ କାର୍ଯ୍ୟକାଳ ମଧ୍ୟରେ କରିଥିବା ଏକାଧିକ ଦୁର୍ନୀତି କାରଣରୁ ସେ ଆଜି ଭିଜିଲାନ୍ସ ହାତରେ ଧରାପଡିଛନ୍ତି ।
ତଦନ୍ତର ଖୋଳତାଡ଼ରେ ଭିଜିଲାନ୍ସ ବିଭାଗ ପ୍ରାୟ ୫କୋଟି ଟଙ୍କାର ଆୟବହିର୍ଭୁତ ସମ୍ପତ୍ତି ଠୁଳ କରିଥିବା ଧରାପଡ଼ିଥିଲା । ଏହାପରେ ରାଉରକେଲା ଭିଜିଲାନ୍ସ ପକ୍ଷରୁ ପ୍ରସନ୍ନଙ୍କ ଏକାଧିକ ବାସଗୃହ ସମେତ କାର୍ଯ୍ୟାଳୟରେ ମଧ୍ୟ ଚଢ଼ାଉ କରିଛି ।
ଏହି ଚଢ଼ାଉରେ ଅନେକ ଗୁରୁତ୍ବପୂର୍ଣ୍ଣ ନଥିପତ୍ର ଜବତ ହୋଇଥିବା ଜଣାଯାଇଛି । ଚଢ଼ାଉ ଜାରି ରହିଥିବାରୁ ଭିଜିଲାନ୍ସ ବିଭାଗ ପକ୍ଷରୁ ବର୍ତ୍ତମାନ ସୁଦ୍ଧା ସଠିକ ଭାବେ କୌଣସି ତଥ୍ୟ ପ୍ରଦାନ କରାଯାଇନାହିଁ ।