ଭୁବନେଶ୍ୱର: ବଙ୍ଗୋପ ସାଗରରେ ସକ୍ରିୟ ହୋଇଛି ଘୂର୍ଣ୍ଣିବଳୟ। ସମୁଦ୍ରରେ ସୃଷ୍ଟି ହୋଇଛି ଯୋଡ଼ା ଲଘୁଚାପ । ଏହା ପ୍ରଭାବରେ ପ୍ରବଳ ବର୍ଷା, ପବନ, ଘଡ଼ଘଡି ସାଙ୍ଗକୁ ସମୁଦ୍ର ଅଶାନ୍ତ ରହିଛି। ଏଥିପାଇଁ ମତ୍ସ୍ୟଜୀବୀଙ୍କୁ ୧୩ରୁ ୧୭ତାରିଖ ୫ଦିନ ସମୁଦ୍ରକୁ ନଯିବାକୁ ସତର୍କ ସୂଚନା ଦିଆଯାଇଛି । ରାଜ୍ୟର ବିଭିନ୍ନ ସ୍ଥାନରେ ଲାଗି ରହିଛି ବର୍ଷା। କିଛି ଅଞ୍ଚଳରେ ପ୍ରବଳ ବର୍ଷା ସହ ପବନର ବେଗ ମଧ୍ୟ ବଢିବା ନେଇ ଆଶଙ୍କା କରାଯାଇଛି।
ପାଣିପାଗ ବିଭାଗର ସୂଚନା ଅନୁଯାୟୀମତ୍ସ୍ୟ ବିଭାଗ ଭୋଗରାଇର ପ୍ରମୁଖ ମତ୍ସ୍ୟ ଅବତରଣ କେନ୍ଦ୍ର ଉଦୟପୁର, ତାଳସାରୀ, ରଣସିଂହପୁର ଓକୀର୍ତ୍ତନିଆରେ ମତ୍ସ୍ୟଜୀବୀମାନଙ୍କୁ ସତର୍କ କରାଯାଇଛି । ଯେଉଁମାନେ ସମୁଦ୍ରକୁ ଯାଇଛନ୍ତି କୂଳକୁ ଫେରିଆସିବାକୁ କୁହାଯାଇଛି ।
ଏହାଛଡା ମତ୍ସ୍ୟଜୀବୀମାନଙ୍କ ଡଙ୍ଗା, ମାଛଧରା ଉପକରଣ ସବୁ ସୁରକ୍ଷିତ ସ୍ଥାନରେରଖିବାକୁ କୁହାଯାଇଛି। ଧନ, ଜୀବନ ଜୀବିକାର ସୁରକ୍ଷା ପାଇଁ ଏହା ପାଳନ କରିବା ଅତ୍ୟନ୍ତ ଜରୁରିବୋଲି ଭାରପ୍ରାପ୍ତ ସହକାରୀ ମତ୍ସ୍ୟ ଅଧିକାରୀ(ସାମୁଦ୍ରିକ ସମ୍ପ୍ରସାରଣ) ଅନନ୍ତ କୁମାର ଜେନା କହିଛନ୍ତି । ଭୋଗରାଇରେ ଥିବା ୨୦ଜଣ ସାଗର ମିତ୍ର ପୃଥକ ପୃଥକ ଭାବେ ବିଭିନ୍ନ ମତ୍ସ୍ୟ ଅବତରଣ କେନ୍ଦ୍ରମାନଙ୍କରେଏହି ସଚେତନ ବାର୍ତ୍ତା ବାଣ୍ଟୁଛନ୍ତି ବୋଲି ସାଗର ମିତ୍ର ସ୍ନେହାଞ୍ଜଳି ଦାସ, ସଂଗ୍ରାମ କେଶରୀ ନନ୍ଦୀ ପ୍ରକାଶ କରିଛନ୍ତି।
Comments are closed.