ମାଲକାନଗିରି: ୫୦୩ କିଲୋ ଗଞ୍ଜେଇ ଜବତ କରିବା ସହ ୨ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ମାଲକାନଗିରି ପୋଲିସ । ଗିରଫ ଅଭିଯୁକ୍ତ ଦୁଇ ଜଣ ହେଲେ ଉତ୍ତର ପ୍ରଦେଶର ଆମ୍ରୋହ ଜିଲ୍ଲା ଅନ୍ତର୍ଗତ ଗୁଜରାଉଲ୍ ଥାନା ଅଞ୍ଚଳର ସାହାପୁର୍ ଗ୍ରାମର କମଲ ହାସନ ଏବଂ ବିଲାଲ । ଉଭୟଙ୍କୁ ଗିରଫ କରିବା ପରେ କୋର୍ଟ ଚାଲାଣ କରାଯାଇଛି ।
ଘଟଣା ଅନୁଯାୟୀ, ବିଶେଷ ସୂତ୍ରରୁ ଖବର ପାଇ ଆଇଆଇସି ରିଗାନ କିଣ୍ଡୋଙ୍କ ନିର୍ଦେଶକ୍ରମେ ଏସ୍ ଆଇ ପ୍ରଭାତ ଗୌଡ ଏକ ଟିମ କରି ଚମ୍ପାଖାରି ଗ୍ରାମ ନିକଟରେ ପେଟ୍ରାଲିଙ୍ଗ କରୁଥିବା ସମୟରେ ଏକ ଆଇଚରକୁ ଜବତ କରିଥିଲେ । ତୁରନ୍ତ ଗାଡ଼ିକୁ ଯାଞ୍ଚ କରିବା ପରେ ସେଥିରେ ଗଞ୍ଜେଇ ଥିବା ଦେଖିବାକୁ ପାଇଥିଲେ ।
ଉଭୟଙ୍କୁ ପଚରା ଉଚରା ସମୟରେ ଗାଡ଼ି ମାଲିକ ରୋହିତ ପ୍ରଜାପତି ମାଲକାନଗିରି ଜିଲ୍ଲାର ଉପରୋକ୍ତ ବ୍ୟକ୍ତିମାନଙ୍କୁ ଗଞ୍ଜେଇ ଚାଲାଣ ପାଇଁ ପ୍ରବର୍ତ୍ତାଇଥିବା ଜଣାପଡ଼ିଛି । ଏହି ଘଟଣାର ଅଧିକ ତଦନ୍ତ ଜାରି ରଖିଛି ପୋଲିସ ।