Latest Odisha News

BREAKING NEWS

ଭାରତ-ବାଂଲାଦେଶ ସିରିଜ ଉପରେ ସଙ୍କଟ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଟିମ ଏବେ ଇଂଲଣ୍ଡ ମଧ୍ୟରେ ଦିନିକିଆ କ୍ରିକେଟ ସିରିଜ ଖେଳାଯାଉଛି । ଏହା ପରେ ଭାରତୀୟ ଟିମ ବାଂଲାଦେଶ ଗସ୍ତରେ ଯିବ । ତେବେ ଏହି ସିରିଜର ଆୟୋଜନ ଉପରେ ସଙ୍କଟ ଦେଖାଦେଇଛି । ଏହି ଗସ୍ତରେ ଟିମ ଇଣ୍ଡିଆ ୩ଟି ଦିନିକିଆ ଓ ୩ଟି ଟି୨୦ ମ୍ୟାଚ ଖେଳାଯିବ । ବାଂଲାଦେଶ ବୋର୍ଡ ଏହି ସିରିଜ ଆୟୋଜନରୁ ପଛଘୁଂଚା ଦେଉଛି । ନିକଟରେ ବିସିବି ମିଡିଆ ରାଇଟ୍ସ ଉପରେ ରୋକ ଲଗାଇଛି । ଯାହା ଫଳରେ ଏହି ସଙ୍କଟ ଦେଖାଦେଇଛି । ତେବେ ସିରିଜ ବାତିଲ ହେବା ନେଇ କୌଣସି ଖବର ପ୍ରକାଶ ପାଇନି ।

ବିସିବି ସିରିଜ ଘୁଂଚାଇଲେ ଟିମ ଇଣ୍ଡିଆ ନିକଟରେ ସମୟ ଥିବା କି ନାହିଁ ତାହା ସ୍ପଷ୍ଟ ହୋଇନି । ବିସିସିଆଇ ଏହି ଘଟଣାରେ ବିସିବି ଉପରେ ଅସନ୍ତୁଷ୍ଟ ରହିଛି । ଆଲୋଚନା ନ କରି ମିଡିଆ ରାଇଟ୍ସ ପ୍ରକ୍ରିୟା କାହିଁକି ଆରମ୍ଭ କରାଯିବା ଉଚିତ ଥିଲା ବୋଲି କୁହାଯାଇଛି । ଏବେ କିଛି ଦିନ ହେବ ଭାରତ ଓ ବାଂଲାଦେଶ ମଧ୍ୟରେ କୁଟନୈତିକ ସମ୍ପର୍କ ଭଲ ନାହିଁ । ବାଂଲାଦେଶ ଟିମ ଟି୨୦ ବିଶ୍ୱକପ ୨୦୨୬ ଖେଳିବା ପାଇଁ ଭାରତ ଆସିବାକୁ ମନା କରି ଦେଇଥିଲା । ଆଇସିସି ବାଂଲାଦେଶକୁ ଟୁର୍ଣ୍ଣାମେଂଟରୁ ବାହାର କରି ଦେଇଥିଲା ।

Leave A Reply

Your email address will not be published.