Latest Odisha News

BREAKING NEWS

ଇସ୍କନର ରଥଯାତ୍ରା ବାର୍ତ୍ତାକୁ ନେଇ ବିବାଦ, ଇସ୍କନକୁ ପରାମର୍ଶ ଦେଲେ ସୁଦର୍ଶନ ପଟ୍ଟନାୟକ

ପୁରୀ: ବାରମ୍ବାର ଶ୍ରୀ ଜଗନ୍ନାଥ ସଂସ୍କୃତିର ଅବମାନନା କରୁଛି ଇସ୍କନ। ଇସ୍କନର ରଥଯାତ୍ରା ବାର୍ତ୍ତାକୁ ନେଇ ବିବାଦ ଥମୁନି। ତେଣୁ ଇସ୍କନକୁ ପରାମର୍ଶ ଦେଲେ ସୁଦର୍ଶନ ପଟ୍ଟନାୟକ। ‘ରଥଯାତ୍ରା ବାର୍ତ୍ତାରେ ‘ଶ୍ରୀମତୀ ସୁଭଦ୍ରା ଦେବୀ’ ଉଲ୍ଲେଖ ଅଛି’। ‘ଜଗନ୍ନାଥ ପରମ୍ପରାରେ ‘ମା ସୁଭଦ୍ରା ଦେବୀ’ ବୋଲି ସମ୍ବୋଧନ କରାଯାଏ’। ପବିତ୍ର ରଥଯାତ୍ରାକୁ ନେଇ କରିଥିବା ଏକ ସୋସିଆଲ ମିଡିଆ ପୋଷ୍ଟରେ ଦେବୀ ସୁଭଦ୍ରାଙ୍କୁ, ଶ୍ରୀମତି ସୁଭଦ୍ରା ଦେବୀ ଭାବେ ସମ୍ବୋଧନ କରିଛି ଇସ୍କନ ।

ଏହାକୁ ନେଇ କ୍ଷୁବ୍ଧ ହେବା ସହ ଇସ୍କନକୁ ପାଲଟା ଉତ୍ତର କରି ପରାମର୍ଶ ଦେଇଛନ୍ତି ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ । ସେ କହିଛନ୍ତି, ରଥଯାତ୍ରା ବାର୍ତ୍ତାରେ ଶ୍ରୀମତି ସୁଭଦ୍ରା ଦେବୀ ସମ୍ବୋଧନ କରିବା ଉଚିତ ନୁହେଁ । ଶ୍ରୀଜଗନ୍ନାଥ ସଂସ୍କୃତି ଓ ପରମ୍ପରା ଅନୁସାରେ ମାଆ ସୁଭଦ୍ରା ଦେବୀ ଭାବେ ସମ୍ବୋଧନ କରାଯାଏ । ତେଣୁ ଶବ୍ଦାବଳୀକୁ ସମୀକ୍ଷା କରି ସେହିପରି ବ୍ୟବହାର କରିବାକୁ ଅନୁରୋଧ କରିଛନ୍ତି ସୁଦର୍ଶନ ପଟ୍ଟନାୟକ । ଜଗନ୍ନାଥ ସଂସ୍କୃତିକୁ ସଠିକ୍ ଭାବେ ଅନୁସରଣ କରିବାକୁ ନିଜ ପୋଷ୍ଟରେ ସେ ଉଲ୍ଲେଖ କରିଛନ୍ତି ।

Leave A Reply

Your email address will not be published.