Latest Odisha News

BREAKING NEWS

ଫୋନ ହ୍ୟାକ କରି ହ୍ୟାକର ସାଜିଲା ଏଆଇ

ନୂଆଦିଲ୍ଲୀ: ଆର୍ଟିଫିସିଆଲ ଇଂଟେଲଜେନ୍ସ ଏବେ ହ୍ୟାକର ସାଜିଛି । ଏ ଭଳି ଏକ ଆଶ୍ଚର୍ଯ୍ୟଜନକ ଘଟଣା ସମ୍ମୁଖକୁ ଆସିଛି । ଓପନଏଆଇ ପକ୍ଷରୁ କୁହାଯାଇଛି ଇଂଟରନାଲ ଟେଷ୍ଟିଙ୍ଗ ଅବସରରେ ଏକ ଅତ୍ୟାଧୂନିକ ଏଆଇ ମଡେଲ ଅନ୍ୟ ଏକ ଏଆଇ କମ୍ପାନୀର ହଗିଙ୍ଗ ଫେସର ସିଷ୍ଟମରେ ପ୍ରବେଶ କରିପାରିଛି । ଏଆଇ ଇତିହାସରେ ଏକା ନିଶ୍ଚିତ ଭାବେ ଏକ ଚିନ୍ତାର ବିଷୟ ହୋଇଛି । ଏଆଇ ହ୍ୟାକର ହେବାମାନେ ଅଧିକାଂଶ ସିଷ୍ଟମ ଅସୁରକ୍ଷିତ ହୋଇପଡିବ । ଏହି ପରୀକ୍ଷଣରେ ଜିପିଟି-୫.୬ ସମେତ ଅନେକ ଅତ୍ୟାଧୂନିକ ମଡେଲ ଉପରେ ପରୀକ୍ଷଣ ହୋଇଥିଲା ।

ଓପନଏଆଇ ଅନୁସାରେ ପରେ ଅବଶ୍ୟ ହଗିଙ୍ଗ ଫେସ ଗତ ସପ୍ତାହର ଅସମାନ୍ୟ ଗତିବିଧିକୁ ଚିହ୍ନଟ କରିବା ସହ ଏହାକୁ ରୋକିବାରେ ସଫଳ ହୋଇଥିଲା । ଆମେ କୌଣସି ପ୍ରକାରର କ୍ଷତି ପଂହଚାଇବାକୁ ଚାହୁଁ ନାହୁଁ । ସିଷ୍ଟମର ସୁରକ୍ଷା ବ୍ୟବସ୍ଥା କିପରି ମଜଭୁତ ହେବ ସେ ନେଇ ଏହି ପରୀକ୍ଷଣ କରାଯାଉଛି ବୋଲି ଓପନ ଏଆଇ ପକ୍ଷରୁ କୁହାଯାଇଛି । ଓପନ ଏଆଇ ପକ୍ଷରୁ ସ୍ୱୀକାର କରାଯାଇଛି ଯେ ଦ୍ରୁତ ବେଗରେ ଏଆଇ ମଡେଲ କାୟା ବିସ୍ତାର କରୁଛି । ଏବେ ସଫ୍ଟୱେୟାରରେ ସାମାନ୍ୟ ଦୁର୍ବଳତା ରହିଲେ ଏହା ହ୍ୟାକ କରି ହେବ । ଏବେ ଏହି ଜଟିଳ ସାଇବର ଅପେରେଶନକୁ ଏ ଭଳି ମଜଭୁତ କରିବାକୁ ପଡିବ ଯାହା ଉଭୟ ମନୁଷ୍ୟ ଏବଂ ସିଷ୍ଟମକୁ ସୁରକ୍ଷିତ ରଖିପାରିବ ବୋଲି ଓପନଏଆଇ ପକ୍ଷରୁ କୁହାଯାଇଛି ।

Leave A Reply

Your email address will not be published.