କରଞ୍ଜିଆ:ଏକ ଡକାୟତି ଗ୍ୟାଙ୍ଗକୁ ଧରିବାରେ ସଫଳ ହୋଇଛି ମୟୁରଭଞ୍ଜ ଜିଲ୍ଲା କରଞ୍ଜିଆ ପୋଲିସ । ଏମାନେ ପଶ୍ଚିମବଙ୍ଗରୁ ଆସି ଦିନବେଳା ରାଜମିସ୍ତ୍ରୀ ଓ ରାତିରେ ଡକାୟତି କରୁଥିଲେ । ରାତିରେ ପାଟ୍ରୋଲିଂ ବେଳେ ୪ ଆନ୍ତରାଜ୍ୟ ଡକାୟତ ଗ୍ୟାଙ୍ଗକୁ ପୋଲିସ ଗିରଫ କରିଛି। ଅଭିଯୁକ୍ତମାନେ ହେଲେ ପଶ୍ଚିମବଙ୍ଗର ହୁମାୟୁନ ସେକ୍, ଆସଲମ୍ ସେକ୍, ମିଣ୍ଟ ଏସ କେ ଓ ଆଦୁତ ସେକ୍ ।
ସୂଚନାଥାଉକି, ଗତକାଲି ରାତି ପ୍ରାୟ ୨ଟା ସମୟରେ କରଞ୍ଜିଆ ପୋଲିସ ପାଟ୍ରୋଲିଂ କରୁଥିଲେ । ଏହି ସମୟରେ କାଳିକାପୁର ଜଙ୍ଗଲ ନିକଟରେ କରଞ୍ଜିଆ ପଟୁ ୪ ଟି ମୋଟର ସାଇକେଲରେ କିଛି ଲୋକ ଯଶିପୁର ଆଡକୁ ଯାଉଥିଲେ । ପୋଲିସ୍ ସେମାନଙ୍କୁ ଅଟକାଇଥିଲା କିନ୍ତୁ ପୋଲିସକୁ ଦେଖି ମୋଟର ସାଇକେଲ ଛାଡି ସେମାନେ ଦୌଡ଼ି ପଳାଇଥିଲେ। ପୋଲିସ୍ ବହୁ କଷ୍ଟରେ ୪ ଜଣଙ୍କୁ ଧରିଥିଲା । ଏହାପରେ ସେମାନଙ୍କ ମୋଟର ସାଇକେଲ ଯାଞ୍ଚ ବେଳେ ବିଭିନ୍ନ ପ୍ରକାରର ହାତ ହତିଆର ଜବତ କରିଥିଲା ଓ
ସେମାନଙ୍କ ନିକଟରୁ ସନ୍ତୋଷ ଜନକ ଉତ୍ତର ପାଇନଥିଲା।
ପୋଲିସ ଥାନାରେ ଏକ ମାମଲା ରୁଜ୍ଜୁ କରି ସେମାନେ ରହୁଥିବା ଘଡାଘାଗୁରି ଗ୍ରାମ ଭଡ଼ାଘରେ ଚଢ଼ାଉ କରିଥିଲେ ।
ଚଢ଼ାଉବେଲେ ପୋଲିସ ସେହି ଭଡା ଘରୁ ମୋବାଇଲ ଫୋନ ୨୬ଟି , ଗ୍ୟାସ ସିଲିଣ୍ଡର ୭ଟି , ମନିପର୍ସ ୧୫ ଟି,ଭଙ୍ଗା ତାଲା ୪ଟି, ଚାବିକାଠି ୧୫ ଟି,ମୋବାଇଲ ଚାର୍ଜର ୩୭ ଟି , ଆଧାର କାର୍ଡ ୧୮ଟି,ପାନ କାର୍ଡ ୬ ଟି , ଭୋଟର ପରିଚୟ ପତ୍ର ୮ ଟି , ଏ ଟି ଏମ୍ କାର୍ଡ ୮ ଟି , ନଗଦ ୫୧,୯୨୦ ଟଙ୍କା ସହିତ ସୁନା ଅଳଙ୍କାର ଜବତ କରିଥିଲା ।