Latest Odisha News

BREAKING NEWS

ଫୁଲିଲା ହୀରାକୁଦ ଜଳଭଣ୍ଡାର;୧୨ ଗେଟ୍ ଦେଇ ବନ୍ୟା ଜଳ ନିଷ୍କାସିତ

ସମ୍ବଲପୁର:ହୀରାକୁଦ ଜଳଭଣ୍ଡାରର ଉପର ମୁଣ୍ଡରେ ପ୍ରବଳ ବର୍ଷା ହୋଇଛି । ଫଳରେ ହୀରାକୁଦ ଜଳଭଣ୍ଡାରକୁ ବିପୁଳ ପରିମାଣର ବନ୍ୟା ଜଳ ପ୍ରବେଶ କରିବାରେ ଲାଗିଛି । ଏହାକୁ ନଜରରେ ରଖି ହୀରାକୁଦର ଆଉ ୨ଟି ଗେଟ୍ ଖୋଲାଯାଇଛି।ପୂର୍ବରୁ ୧୦ଟି ଗେଟ ଦେଇ ବନ୍ୟାଜଳ ନିଷ୍କାସିତ ହେଉଥିଲା। ବର୍ତ୍ତମାନ ସମୁଦାୟ ୧୨ଟି ଗେଟ୍ ଦେଇ ବନ୍ୟାଜଳ ନିଷ୍କାସନ ଜାରି ରହିଛି ।

ଡ୍ୟାମ୍ କର୍ତ୍ତୃପକ୍ଷଙ୍କ ସୂଚନାନୁସାରେ, ଜଳଭଣ୍ଡାର ଭିତରକୁ ୧୯୨୯୨୧ କ୍ୟୁସେକ୍ ପାଣି ପ୍ରବେଶ କରୁଥିବା ବେଳେ ୨୧୬୦୬୯ କ୍ୟୁସେକ୍ ପାଣି ଡ୍ୟାମ୍ରୁ ଛଡା ଯାଉଛି । ସେହିପରି ଜଳ ଭଣ୍ଡାରର ଜଳସ୍ତର ୬୧୩.୫୬ ଫୁଟରେ ସ୍ଥିର ରହିଛି ।

ସୂଚନାଥାଉକି, ଜଳଭଣ୍ଡାରରେ ଜଳସ୍ତର ବୃଦ୍ଧି ହେବାରୁ ମଙ୍ଗଳବାର ମୋଟ ୧୦ଟି ଗେଟ୍ ଖୋଲା ଯାଇଥିଲା। ଜଳସ୍ତର ବୃଦ୍ଧି ପାଇବାରୁ ବୁଧବାର ଆଉ ୨ଟି ଗେଟ୍ ଖୋଲାଯାଇଛି ।

 

Leave A Reply

Your email address will not be published.