Latest Odisha News

BREAKING NEWS

ରାହୁଲ ଗାନ୍ଧୀଙ୍କୁ ନଡ୍ଡାଙ୍କ ନିଶାନା: ପେପର ଲିକ୍‌କୁ ନେଇ ରାଜନୀତି ଠିକ୍ ନୁହେଁ, ଛାତ୍ରଛାତ୍ରୀଙ୍କ ଦାବିକୁ ନେଇ ରାଜନୈତିକ ଫାଇଦା ଚାହୁଁଛି କଂଗ୍ରେସ

ନୂଆଦିଲ୍ଲୀ: ପ୍ରଶ୍ନପତ୍ର ଲିକ୍‌ ମାମଲାରେ ରାଜନୈତିକ ଘମାସାନ ଜାରି ରହିଥିବା ବେଳେ ବୁଧବାର କେନ୍ଦ୍ରମନ୍ତ୍ରୀ ଜେ.ପି. ନଡ୍ଡା ହଠାତ୍‌ ପ୍ରେସ୍‌ କନ୍‌ଫରେନ୍ସ କରିଛନ୍ତି। ଆଉ ଏହି ପ୍ରେସମିଟ୍‌ରେ ରାହୁଲ ଗାନ୍ଧିଙ୍କ ଉପରେ ବର୍ଷିଛନ୍ତି ନଡ୍ଡା। ପେପର ଲିକ୍‌କୁ ନେଇ ରାଜନୀତି କରିବା ଉଚିତ୍ ନୁହେଁ ବୋଲି କହିଲେ ନଡ୍ଡା। ନଡ୍ଡା କହିଛନ୍ତି ଯେ ଛାତ୍ରମାନଙ୍କ ଦାବିକୁ ନେଇ କୌଣସି ପ୍ରକାରର ରାଜନୀତି କରାଯିବା ଉଚିତ ନୁହେଁ। ଏହା ଏକ ଗମ୍ଭୀର ସମସ୍ୟା ଏବଂ ଏହାର ଗଭୀର ଭାବରେ ଆଲୋଚନା ହେବା ଆବଶ୍ୟକ।

ସେ ଆହୁରି ମଧ୍ୟ କହିଛନ୍ତି ଯେ ବିରୋଧୀ ଦଳର ନେତା ରାହୁଲ ଗାନ୍ଧୀ ପ୍ରାୟ ୧୫୨ଟି ପ୍ରଶ୍ନପତ୍ର ଲିକ ନେଇ ଯେଉଁ ଅଭିଯୋଗ ଆଣିଛନ୍ତି, ତାହା ଏକ ତଦନ୍ତର ବିଷୟ ଏବଂ ସରକାର ଏହାର ସମସ୍ତ ଜବାବ ଜନସାଧାରଣଙ୍କ ସମ୍ମୁଖରେ ରଖିବେ। ବିଭିନ୍ନ କଂଗ୍ରେସ ଶାସିତ ରାଜ୍ୟରେ ପେପର ଲିକ୍‌କୁ ନେଇ ପ୍ରଶ୍ନ ଉଠାଇଲେ ନଡ୍ଡା। ରାହୁଲ ଗାନ୍ଧୀ ସେତେବେଳେ ଚୁପ୍, କିନ୍ତୁ ଏବେ ଆନ୍ଦୋଳନ କରୁଛନ୍ତି। ଆପଣ ଏତେ ସିଲେକ୍ଟିଭ୍ କାହିଁକି ବୋଲି ପ୍ରଶ୍ନ କଲେ ନଡ୍ଡା। ନଡ୍ଡା କହିଛନ୍ତି ଯେ ଏହା ସ୍ପଷ୍ଟ କରୁଛି, ଛାତ୍ରଙ୍କ ହିତ ଆପଣଙ୍କ ଉଦ୍ଦେଶ୍ୟ ନୁହେଁ। ଛାତ୍ରଙ୍କୁ ସମର୍ଥନ ଆଳରେ ରାହୁଲ ରାଜନୀତି କରୁଛନ୍ତି। ପେପର ଲିକ୍‌କୁ ନେଇ ମୋଦି ସରକାର ଗମ୍ଭୀର।

କେନ୍ଦ୍ରମନ୍ତ୍ରୀ ଜେ.ପି. ନଡ୍ଡା ସ୍ପଷ୍ଟ କରିଛନ୍ତି ଯେ ସରକାର ସଂସଦରେ ଏହି ପ୍ରସଙ୍ଗରେ ଆଲୋଚନା କରିବା ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛନ୍ତି। ଆରୋପ-ପ୍ରତ୍ୟାରୋପ ନୁହେଁ, କେବଳ ଆଲୋଚନା ଚାହୁଁଛୁ ବୋଲି କହିଲେ ନଡ୍ଡା। ଆଲୋଚନା ପାଇଁ ବିରୋଧୀଙ୍କୁ ଯେତିକି ସମୟ ଦରକାର ଆମେ ଦେବୁ। ପେପର ଲିକ୍‌କୁ ରୋକିବା ପାଇଁ ଗଠନମୂଳକ ପରାମର୍ଶ ଦେବାକୁ ଅପିଲ୍ କରିଛନ୍ତି। ଛାତ୍ରଛାତ୍ରୀଙ୍କ ସହ ଅନ୍ୟାୟ ହେବାକୁ ଦେବୁନି ବୋଲି କହିଲେ ନଡ୍ଡା।

ସୋନମ ୱାଙ୍ଗଚୁକଙ୍କ ସମ୍ପର୍କରେ ପଚରାଯାଇଥିବା ଏକ ପ୍ରଶ୍ନର ଉତ୍ତର ଦେଇ ଜେ.ପି. ନଡ୍ଡା କହିଛନ୍ତି ଯେ ସୋନମ ୱାଙ୍ଗଚୁକଙ୍କୁ ଭେଟି ତାଙ୍କର ଅନସନ ଭାଙ୍ଗିବା ପାଇଁ ଅନୁରୋଧ କରାଯାଇଛି ଏବଂ ତାଙ୍କ ସହ ଆଲୋଚନା ଅତ୍ୟନ୍ତ ସକାରାତ୍ମକ ରହିଛି। ୱାଙ୍ଗଚୁକ ଆଜି ସରକାରଙ୍କୁ ଏକ ଚିଠି ଲେଖିଛନ୍ତି, ଯାହାର ଉତ୍ତର ଆଗକୁ ଦିଆଯିବ। ଏହାସହ ସି.ଜେ.ପି. (CJP) ସହିତ ମଧ୍ୟ ଏକ ସୌହାର୍ଦ୍ଦ୍ୟପୂର୍ଣ୍ଣ ପରିବେଶରେ ଆଲୋଚନା ହୋଇଛି ଏବଂ ସରକାର ସେମାନଙ୍କଠାରୁ ଲିଖିତ ଦାବି ମାଗିଛନ୍ତି, ଯାହାକୁ ନେଇ ଆଗକୁ ବିଚାର କରାଯିବ।

Leave A Reply

Your email address will not be published.