Latest Odisha News

BREAKING NEWS

ସ୍କୁଟି ଉପରେ ମାଡିଗଲା କାର:୨ ଯୁବକ ମୃତ, ଜଣେ ଗୁରୁତର

ଢେଙ୍କାନାଳ:ସ୍କୁଟି ଉପରେ ଚଢିଗଲା ଏକ ଇନୋଭା କାର । ୫୫ନମ୍ବର ଜାତୀୟ ରାଜପଥର ଢେଙ୍କାନାଳ ବାଇପାସରେ ଘଟିଛି ଏହି ମର୍ମନ୍ତୁଦ ସଡକ ଦୁର୍ଘଟଣା। ଏହି ଦୁର୍ଘଟଣାରେ ସ୍କୁଟିରେ ଥିବା ୩ଜଣ ଯୁବକଙ୍କ ମଧ୍ୟରୁ ୨ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ଅନ୍ୟ ଜଣେ ଯୁବକ ଗୁରୁତର ହୋଇଛନ୍ତି। ଗୁରୁତର ଯୁବକଙ୍କୁ ୧୦୮ଆମ୍ବୁଲାନ୍ସ ଯୋଗେ ଚିକିତ୍ସା ପାଇଁ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

ସୂଚନାଥାଉକି, ସ୍କୁଟିରେ ୩ ଜଣ ଯୁବକ ବାଇପାସରେ କଟକ ଆଡକୁ ଯାଉଥିବାବେଳେ ପଛରୁ ଇନୋଭା କାରଟି ଦ୍ରୁତ ଗତିରେ ଆସି ସେମାନଙ୍କ ଉପରେ ମାଡି ଯାଇଥିଲା। ଘଟଣାସ୍ଥଳରେ ଜଣେ ଯୁବକ ମୃତ୍ୟୁ ହୋଇଥିବାବେଳେ ୨ ଜଣ ଗୁରୁତର ହୋଇଛନ୍ତି । ଗୁରୁତର ୨ ଜଣଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ ଜଣଙ୍କର ମୃତ୍ୟୁ ଘଟିଛି। ତେବେ ଇନୋଭା କାର ଡ୍ରାଇଭର ଫେରାର ହୋଇଯାଇଛି। ଟାଉନ ପୋଲିସ ଦୁର୍ଘଟଣା ଘଟାଇ ଥିବା ଇନୋଭା କାରକୁ ଜବତ କରି ତଦନ୍ତ ଆରମ୍ଭ କରିଛି ।

Leave A Reply

Your email address will not be published.