ନୂଆଦିଲ୍ଲୀ: NEET 2026 ପେପର୍ ଲିକ୍ ମାମଲାକୁ ନେଇ ବିରୋଧୀ ଦଳ ମୋଦି ସରକାରଙ୍କ ଉପରେ ଲଗାତାର ଚାପ ପକାଉଛି। ଏହାରି ମଧ୍ୟରେ ଗୁରୁବାର ପ୍ରଧାନମନ୍ତ୍ରୀ ମୋଦି ଏହି ପ୍ରସଙ୍ଗରେ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି।
ରିପୋର୍ଟ ଅନୁଯାୟୀ, ପ୍ରଧାନମନ୍ତ୍ରୀ ମୋଦୀ ଏକ କଠୋର ଆଭିମୁଖ୍ୟ ଗ୍ରହଣ କରି କହିଛନ୍ତି ଯେ ମାମଲାକୁ ଏବେ ଫାଷ୍ଟ-ଟ୍ରାକ୍ କୋର୍ଟକୁ ସ୍ଥାନାନ୍ତର କରାଯିବ। ଯାହାର ଲକ୍ଷ୍ୟ ହେଉଛି ପେପର୍ ଲିକ୍ ପାଇଁ ଦାୟୀ ବ୍ୟକ୍ତିମାନଙ୍କୁ ଯଥାଶୀଘ୍ର ଦଣ୍ଡ ଦିଆଯିବ। ପ୍ରଧାନମନ୍ତ୍ରୀ ମୋଦୀ ସମ୍ପୃକ୍ତ ଅଧିକାରୀମାନଙ୍କୁ ତୁରନ୍ତ କାମ ଆରମ୍ଭ କରିବାକୁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି।
ପ୍ରଧାନମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଯେ ଯାହା ନିଷ୍ପତ୍ତି ଆବଶ୍ୟକ ହେବ ତାହା ନିଆଯିବ ଏବଂ କୌଣସି ଛାତ୍ରଙ୍କୁ କ୍ଷତି ପହଞ୍ଚାଯିବ ନାହିଁ। ଦେଶର କୋଟି କୋଟି ଛାତ୍ରଛାତ୍ରୀଙ୍କ ପରିଶ୍ରମ ଓ ସ୍ୱପ୍ନ ସହ କୌଣସି ପ୍ରକାରର ଖେଳକୁ ସରକାର ବରଦାସ୍ତ କରିବେ ନାହିଁ। ପରୀକ୍ଷା ବ୍ୟବସ୍ଥାର ସ୍ୱଚ୍ଛତା ଏବଂ ବିଶ୍ୱସନୀୟତା ବଜାୟ ରଖିବା ପାଇଁ କେନ୍ଦ୍ର ସରକାର ନିରନ୍ତର ପଦକ୍ଷେପ ନେଉଛନ୍ତି।
ତେବେ ପୂର୍ବରୁ ମଙ୍ଗଳବାର NDAର ମଙ୍ଗଳ ମିଟରେ ପ୍ରଧାନମନ୍ତ୍ରୀ କହିଥିଲେ ଯେ ଦେଶର ଯୁବପିଢ଼ିଙ୍କ ଭବିଷ୍ୟତ ସରକାରଙ୍କ ପ୍ରାଥମିକତା।