Latest Odisha News

BREAKING NEWS

୧୦୮ ଆମ୍ବୁଲାନ୍ସ ଦୁର୍ଘଟଣାଗ୍ରସ୍ତ: ରୋଗୀ ନଥିବାରୁ ଟଳିଲା ବଡ ବିପଦ, ୨ କର୍ମଚାରୀ ମେଡିକାଲରେ ଭର୍ତ୍ତି

ଯାଜପୁର: ଭାରସାମ୍ୟ ହରାଇ ରାସ୍ତା କଡକୁ ଓଲଟିଲା ୧୦୮ ଆମ୍ବୁଲାନ୍ସ । ଅଳ୍ପକେ ବର୍ତ୍ତିଲେ ଆମ୍ବୁଲାନ୍ସର ଦୁଇ କର୍ମଚାରୀ । ତେବେ ଗାଡି ଭିତରେ କୌଣସି ରୋଗୀ ନଥିବାରୁ ଅଳ୍ପକେ ବଡ ବିପଦ ଟଳିଯାଇଥିବା ଜଣାପଡିଛି । ଏଭଳି ଘଟଣା ଘଟିଛି ଯାଜପୁର ଜିଲ୍ଲା କୁଆଖିଆ ଥାନା ଖଣ୍ଡିତର ଛକରେ ।

ସୂଚନାଯୋଗ୍ୟ ଯେ, ଆଜି ସକାଳୁ ୧୦୮ ଆମ୍ବୁଲାନ୍ସଟି ରୋଗୀଙ୍କୁ ଛାଡି କଟକରୁ ଭଦ୍ରକ ଅଭିମୁଖେ ଯାଉଥିଲା l ଏହି ସମୟରେ କୁଆଖିଆ ଥାନା ଖଣ୍ଡିତର ଛକରେ ହଠାତ କୌଣସି କାରଣରୁ ଭାରସାମ୍ୟ ହରାଇ ରାସ୍ତାକଡ଼ରେ ଥିବା ଡିଭାଇଡରକୁ ଧକ୍କା ଦେଇଥିଲା ଆମ୍ବୁଲାନ୍ସଟି l ଦୁର୍ଘଟଣା ଫଳରେ ଆମ୍ବୁଲାନ୍ସରେ ଆସିଥିବା ୨ ଜଣ କର୍ମଚାରୀ ଆହତ ହେଇଥିଲେ l

ଖବର ପାଇ ସ୍ଥାନୀୟ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଆହତ କର୍ମଚାରୀଙ୍କୁ ଅନ୍ୟ ଏକ ଆମ୍ବୁଲାନ୍ସ ଯୋଗେ ଚିକିତ୍ସା ପାଇଁ ଭଦ୍ରକ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିବା ସୂଚନା ମିଳିଛି l

Leave A Reply

Your email address will not be published.