ନୂଆଦିଲ୍ଲୀ: ଷ୍ଟାର ୱେଟଲିଫ୍ଟର ମୀରାବାଈ ଚାନୁ ଚଳିତ ଗ୍ଲାସଗୋ ରାଜ୍ୟଗୋଷ୍ଠୀ କ୍ରୀଡାରେ ଭାରତ ପାଇଁ ପ୍ରଥମ ସ୍ୱର୍ଣ୍ଣ ପଦକ ଜିିତିଛନ୍ତି । ଏଥିସହ ସେ ରାଜ୍ୟଗୋଷ୍ଠୀ କ୍ରୀଡାରେ ହ୍ୟାଟ୍ରିକ ସ୍ୱର୍ଣ୍ଣ ପଦକ ଜିତିବା ଗୌରବ ମଧ୍ୟ ଅର୍ଜନ କରିଛନ୍ତି । ମହିଳା ୪୮ କିଗ୍ରା ବିଭାଗରେ ମୀରାବାଈ ୧୯୦ କିଲୋଗ୍ରାମର ଭାର ଉଠାଇଥିଲେ । ପୂର୍ବରୁ ୨୦୧୮ ଓ ୨୦୨୨ରେ ମଧ୍ୟ ସେ ସ୍ୱର୍ଣ୍ଣ ଜିତିଥିଲେ । ସ୍ନାଚରେ ୮୫ କିଗ୍ରା ଭାର ଉଠାଇ ସେ ନୂଆ ରେକର୍ଡ ସୃଷ୍ଟି କରିଛନ୍ତି । କ୍ଲିନ ଆଣ୍ଡ ଜର୍କରେ ୧୦୫ କିଗ୍ରା ଭାର ଉଠାଇଥିଲେ ।
ଇମ୍ପାଲର ସାଇଖୋମ ମୀରାବାଈ ଚାନୁ ଭାରତର ଶ୍ରେଷ୍ଠ ମହିଳା ୱେଟଲିଫ୍ଟରଙ୍କ ମଧ୍ୟରେ ନିଜକୁ ସାମିଲ କରିପାରିଛନ୍ତି । ୧୩ ବର୍ଷ ବୟସରୁ ସେ ପ୍ରଶିକ୍ଷଣ ଆରମ୍ଭ କରିଥିଲେ । ଅଭାବ ଅସୁବିଧାରେ ମଧ୍ୟ ସେ ତାଙ୍କ ସ୍ୱପ୍ନଠାରୁ ଦୂରେଇ ଯାଇ ନ ଥିଲେ । ଧୀରେ ଧୀରେ ସେ ଗୋଟିଏ ପରେ ଗୋଟିଏ ସଫଳତା ହାସଲ କରି ଚାଲିଥିଲେ । ମୀରାବାଈଙ୍କ ସ୍ୱର୍ଣ୍ଣ ସହ ଭାରତର ପଦକ ସଂଖ୍ୟା ୩ରେ ପଂହଚିଛି । ପୁରୁଷ ପାରା ପାୱାରଲିଫ୍ଟିଂରେ ଝଣ୍ଡୁ କୁମାର ବ୍ରୋଞ୍ଜ ଏବଂ ୬୦ କିଗ୍ରା ୱେଟଲିଫ୍ଟିଂରେ ରିଶିକାନ୍ତ ସିଂ ରୌପ୍ୟ ପଦକ ଜିିତିଛନ୍ତି । ଭାରତ ଏବେ ପଂଏଟ ଟେବୁଲରେ ୭ମ ସ୍ଥାନରେ ରହିଛି ।