ନୂଆଦିଲ୍ଲୀ: ପେପ୍ସୀ, କୋକାକୋଲା, କ୍ୟାମ୍ପା ପରି କମ୍ପାନୀ ପକ୍ଷରୁ ଅନେକ ପ୍ରକାରର ଏନର୍ଜି ଡ୍ରିଙ୍କସ ମାର୍କେଟରେ ଭଲ ବିକ୍ରି ହୁଏ । ଯୁବପିଢ଼ୀଙ୍କୁ ଏହା ବେଶ ପସନ୍ଦ । ତେବେ ଭାରତର ସରକାର ଏହି ଏନର୍ଜି ଡ୍ରିଙ୍କଙ୍କୁ ନେଇ ଏକ ବଡ ଘୋଷଣା କରିଛି । ଏଫଏସଏଏଆଇ ପକ୍ଷରୁ କୁହାଯାଇଛି କମ୍ପାନୀମାନେ ଏନର୍ଜି ଡ୍ରିଙ୍କ କିମ୍ବା ଏହା ସହତି ମିଶୁଥିବା କୌଣସି ଶବ୍ଦ ଲେଖିପାରିବେ ନାହିଁ । ଭାରତରେ ଏ ପର୍ଯ୍ୟନ୍ତ ଅଫିସିଆଲ ଭାବେ କୌଣସି ଏନର୍ଜି ଡ୍ରିଙ୍କ କ୍ୟାଟୋଗୋରୀ ପ୍ରସ୍ତୁତ କରାଯାଇନି । ଏନର୍ଜି ଡ୍ରିଙ୍କ ଶବ୍ଦ ଭାରତୀୟ ଗ୍ରାହକଙ୍କୁ ଦ୍ୱନ୍ଦ୍ୱରେ ପକାଇବା ସହ ଅନାବଶ୍ୟକ ଭାବେ ଆକୃଷ୍ଟ କରୁଛୁ ବୋଲି ଏଫଏସଏଏଆଇ ପକ୍ଷରୁ କୁହାଯାଇଛି ।
ଷ୍ଟିଙ୍ଗ, ରେଡବୁଲ, ମନଷ୍ଟର ଓ ହେଲ ପରି ଡ୍ରିଙ୍କସ ବିକ୍ରି ଉପରେ ଏହା ସିଧାସଳଖ ପ୍ରଭାବ ପକାଇପାରେ । ଅନେକ ଦେଶରେ ଅତ୍ୟଧିକ କ୍ୟାଫିନ କ୍ୟାଫିନ, ଚିନି ଓ ଟ୍ୟାରିନର ଥିବା ପାନୀୟ ଦ୍ରବ୍ୟକୁ ନେଇ ଚିନ୍ତା ବ୍ୟକ୍ତ କରାଯାଇଛି । ପ୍ପେସି ୨୦୧୭ରେ ଷ୍ଟିଙ୍ଗ ଲଂଚ କରିଥିଲା । ଏହାର ଲୋକପ୍ରିୟତା ବୃଦ୍ଧି ପାଇବା ଯୋଗୁ ଅନ୍ୟମାନେ ଏଥିରେ ସାମିଲ ହୋଇଥିଲେ ।