Latest Odisha News

BREAKING NEWS

ଶିକାର ପାଇଁ ବିଛା ଯାଇଥିବା ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସି ବାରହା ମୃତ, ଜଣେ ଗିରଫ

ଖପ୍ରାଖୋଲ: ବଲାଙ୍ଗୀର ଜିଲ୍ଲାର ଖପ୍ରାଖୋଲ ବନାଞ୍ଚଳରେ ଏକ ଫାର୍ମ ହାଉସ୍ ରେ ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ବାରହାର ମୃତ୍ୟୁ ଘଟିଛି। ଏହି ଘଟଣାରେ ବନ ବିଭାଗ ଜଣକୁ ଗିରଫକରି କୋର୍ଟ ଚାଲାଣ କରିଛି।

ସୂଚନାନୁଯାୟୀ, ଖପ୍ରାଖୋଲ ଥାନାର ଦେଦର୍ହ ଗାଁ ନିକଟରେ ଥିବା ସୁଶାନ୍ତ ମେହେର (ରିଙ୍କୁଙ୍କ ଫାର୍ମ ହାଉସ ପରିସରରେ ଶିକାର ନିମନ୍ତେ ରବିବାର ରାତିରେ ବିଦ୍ୟୁତ୍‌ ତାର ବିଛାଇଥିଲେ। ଏଥିରେ ଏକ ଜଙ୍ଗଲୀ ଏକ ବାରହାର ମୃତ୍ୟୁ ଘଟିଥିଲା।

ଖବରପାଇ ଖପ୍ରାଖୋଲ ବନପାଳ ସୁଧୀର ଜେନା ଓ ବନପାଳ ଇନ୍ଦ୍ରମଣି ବେହେରାଙ୍କ ନେତୃତ୍ୱରେ ବନବିଭାଗର ଏକ ଟିମ୍ ସହ ଖପ୍ରାଖୋଲ ପୋଲିସ ଏସ୍‌ଆଇ ଲିଙ୍ଗରାଜ କିଷାନଙ୍କ ସମେତ ପୋଲିସ ଟିମ୍ ଓ ବିଦ୍ୟୁତ୍‌ ବିଭାଗର କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ସେଠାରୁ ପ୍ରାୟ ୬୦ କିଲୋଗ୍ରାମ ଓଜନର ଏକ ମୃତ ବାରହାକୁ ଫାର୍ମ ହାଉସ ଭିତରୁ ଜବତ କରାଯାଇଥିଲା।

ତେବେ ବନବିଭାଗ ଘଟଣାସ୍ଥଳରେ ପହଞ୍ଚିବା ପୂର୍ବରୁ ଫାର୍ମ ହାଉସର ଜଗୁଆଳି ଉଗ୍ରେସନ ମାଝୀ ଫେରାର ହୋଇଯାଇଥିଲା। ପରେ ବନବିଭାଗର ତତ୍ପରତା ଓ ଲଗାତାର ଉଦ୍ୟମ ଫଳରେ ସୋମବାର ଅଭିଯୁକ୍ତ ଉଗ୍ରସେନ ନାୟକ କୁ ଗିରଫ କରିଯାଇଥିଲା।

Leave A Reply

Your email address will not be published.