ବାଙ୍ଗାଲୋର: ଆମେରିକୀୟ ଇନଭେଷ୍ଟମେଣ୍ଟ ବ୍ୟାଙ୍କ ହୁଲିହାନ ଲୋକୀର ୨୦୨୬ ବ୍ରାଣ୍ଡ ଭାଲ୍ୟୁଏସନ୍ ଷ୍ଟଡି ଅନୁସାରେ, ଇଣ୍ଡିଆନ୍ ପ୍ରିମିୟର ଲିଗର ବିଜନେସ୍ ଭାଲ୍ୟୁ ପ୍ରଥମ ଥର ପାଇଁ ପ୍ରାୟ ୨ ଲକ୍ଷ କୋଟି ଟଙ୍କାରେ ପହଞ୍ଚିଛି । ଗତ ଦୁଇଟି ସିଜନ୍ର ଚାମ୍ପିଅନ୍ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ପ୍ରାୟ ୩,୦୦୦ କୋଟି ଟଙ୍କା ବ୍ରାଣ୍ଡ ଭାଲ୍ୟୁ ସହ ସବୁଠାରୁ ଦାମୀ ଫ୍ରାଞ୍ଚାଇଜି ପାଲଟିଛି । ମୁମ୍ବାଇ ଇଣ୍ଡିଆନ୍ସ୨୬୪ ମିଲିୟନ ଦ୍ୱିତୀୟ, କୋଲକାତା ନାଇଟ୍ ରାଇଡର୍ସ୨୪୫ ମିଲିୟନ ତୃତୀୟ, ଚେନ୍ନାଇ ସୁପର କିଙ୍ଗସ ୨୪୪ ମିଲିୟନ ଡଲାର ସହ ଚତୁର୍ଥ ସ୍ଥାନରେ ପଂହଚିଛି । ଏହି ବର୍ଷ ଇଣ୍ଡିଆନ୍ ପ୍ରିମିୟର ଲିଗର ବିଜନେସ୍ ଭାଲ୍ୟୁରେ ୧୧.୪% ବୃଦ୍ଧି ଘଟିଛି । ଲଗାତାର ଦ୍ୱିତୀୟ ବର୍ଷ ପାଇଁ ୧୦% ରୁ ଅଧିକ ଗ୍ରୋଥରେ ପହଞ୍ଚିଛି ।
୨୦୦୮ ରେ ଆରମ୍ଭ ହୋଇଥିବା ଏହି ଲିଗ୍ ଏବେ ୧୦ଟି ଟିମ୍ ସହ ବିଶ୍ୱର ସବୁଠାରୁ ବଡ଼ ଟି୨୦ ପ୍ରତିଯୋଗିତା ପାଲଟିଛି । ମିଡିଆ ରାଇଟ୍ସ, ସ୍ପୋନ୍ସରସିପ୍, ମର୍ଚେଣ୍ଡାଇଜିଂ ଏବଂ ଫ୍ରାଞ୍ଚାଇଜି ନିବେଶ ମାଧ୍ୟମରେ ଏହା ଏକ ଶକ୍ତ ବ୍ୟାବସାୟିକ ମଡେଲ୍ ତିଆରି କରିଛି । ଏହି ବର୍ଷ ଆରସିବି ୧.୭୮ ବିଲିୟନ୍ ଏବଂ ରାଜସ୍ଥାନ ରୋୟାଲସ ୧.୬୫ ବିଲିୟନ୍ ଡଲାର ଭାଲ୍ୟୁଏସନ୍ରେ ବିକ୍ରି ହୋଇଛନ୍ତି । ଦୁଇଟି ଟିମ୍ର ମୋଟ ମୂଲ୍ୟ ୩.୪୩ ବିଲିୟନ ଡଲାର, ଯାହା ୨୦୨୧ ରେ ଲକ୍ଷ୍ନୌ ଓ ଗୁଜରାଟ ଟିମ୍ର ମିଳିତ ବିକ୍ରି ମୂଲ୍ୟଠାରୁ ଦୁଇଗୁଣରୁ ଅଧିକ । ନିବେଶକମାନେ କେବଳ କ୍ରିକେଟ୍ ଟିମ୍ କିଣୁନାହାନ୍ତି, ବରଂ ଏପରି ଏକ ବ୍ୟବସାୟରେ ନିବେଶ କରୁଛନ୍ତି ଯାହାର ଆୟ ମିଡିଆ ରାଇଟ୍ସ, ସ୍ପୋନ୍ସରସିପ୍ ଏବଂ ଡିଜିଟାଲ୍ ପ୍ଲାଟଫର୍ମରୁ କ୍ରମାଗତ ବଢ଼ୁଛି । ଆଇପିଏଲରେ କେବଳ ୧୦ଟି ଫ୍ରାଞ୍ଚାଇଜି ଅଛନ୍ତି । ସୀମିତ ଉପଲବ୍ଧତା ଯୋଗୁଁ ଏହାର ଚାହିଦା ଅଧିକ ।