Latest Odisha News

BREAKING NEWS

Odisha flood:ଏହି ଜିଲ୍ଲାରେ ୫ ଲକ୍ଷ ରୁ ଅଧିକ ଲୋକ ପ୍ରଭାବିତ; ୧ ଲକ୍ଷ ୭୬ ହଜାର ବିପନ୍ନଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର

ଭଦ୍ରକ: ଭଦ୍ରକ ଜିଲ୍ଲାରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ଆଜି ସନ୍ଧ୍ୟା ଜିଲ୍ଲାର ୧୧୦ଟି ଗ୍ରାମ ପଞ୍ଚାୟତ ଓ ୨୬ଟି ୱାର୍ଡର ୪୨୩ଟି ଗ୍ରାମ ବନ୍ୟା ଦ୍ୱାରା ପ୍ରଭାବିତ ହୋଇଛି।ମୋଟ ୫ ଲକ୍ଷ ରୁ ଅଧିକ ଲୋକ ପ୍ରଭାବିତ ହୋଇଥିବା ବେଳେ ୧ ଲକ୍ଷ ୭୬ ହଜାର ବିପନ୍ନ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି । ରିଲିଫ୍ ଓ ପୁନର୍ବାସ କାର୍ଯ୍ୟ ଯୁଦ୍ଧକାଳୀନ ଭିତ୍ତିରେ ଚାଲିଛି।

ପ୍ରଭାବିତ ଅଞ୍ଚଳରେ ୨୮୬ଟି ସ୍ଥାନରେ ରନ୍ଧାଖାଦ୍ୟ ବିତରଣ କରାଯାଉଛି। ଏଥିସହ ୨୪୮.୮ କ୍ୱିଣ୍ଟାଲ ଚୁଡ଼ା ଓ ୩୩.୮୮ କ୍ୱିଣ୍ଟାଲ ଗୁଡ଼ ବଣ୍ଟନ କରାଯାଇଛି।

ଧାମନଗର ବ୍ଲକର ୩୦ଟି ଗ୍ରାମ ପଞ୍ଚାୟତ ଓ ୧୪ଟି ୱାର୍ଡର ୧୪୭ଟି ଗ୍ରାମର ୧,୮୨,୩୦୨ ଜଣ ଲୋକ ପ୍ରଭାବିତ ହୋଇଥିବା ବେଳେ ୧,୦୫,୯୭୯ ଜଣଙ୍କୁ ସ୍ଥାନାନ୍ତର କରାଯାଇଛି। ଭଣ୍ଡାରିପୋଖରୀ ବ୍ଲକର ୧୯ଟି ଗ୍ରାମ ପଞ୍ଚାୟତର ୭୭ଟି ଗ୍ରାମର ୭୨,୨୦୩ ଜଣ ଲୋକ ପ୍ରଭାବିତ ହୋଇଥିବା ବେଳେ ୫,୪୪୨ ଜଣଙ୍କୁ ସ୍ଥାନାନ୍ତର କରାଯାଇଛି। ତିହିଡ଼ି ବ୍ଲକର ୩୦ଟି ଗ୍ରାମ ପଞ୍ଚାୟତର ୧୦୨ଟି ଗ୍ରାମର ୯୮,୬୦୨ ଜଣ ଲୋକ ପ୍ରଭାବିତ ହୋଇଥିବା ବେଳେ ୧୭,୮୬୫ ଜଣଙ୍କୁ ସ୍ଥାନାନ୍ତର କରାଯାଇଛି । ବାସୁଦେବପୁର ବ୍ଲକର ୬ଟି ଗ୍ରାମ ପଞ୍ଚାୟତର ୧୩ଟି ଗ୍ରାମର ୭,୨୦୫ ଜଣ ଲୋକ ପ୍ରଭାବିତ ହୋଇଥିବା ବେଳେ ୩,୧୦୦ ଜଣଙ୍କୁ ସ୍ଥାନାନ୍ତର କରାଯାଇଛି । ଭଦ୍ରକ ବ୍ଲକର ୧୭ଟି ଗ୍ରାମ ପଞ୍ଚାୟତ ଓ ୧୨ଟି ୱାର୍ଡର ୬୧ଟି ଗ୍ରାମର ୭୩,୧୦୬ ଜଣ ଲୋକ ପ୍ରଭାବିତ ହୋଇଥିବା ବେଳେ ୧୧,୦୯୬ ଜଣଙ୍କୁ ସ୍ଥାନାନ୍ତର କରାଯାଇଛି । ଚାନ୍ଦବାଲି ବ୍ଲକର ୮ଟି ଗ୍ରାମ ପଞ୍ଚାୟତର ୨୩ଟି ଗ୍ରାମର ୩୫,୨୩୧ ଜଣ ଲୋକ ପ୍ରଭାବିତ ହୋଇଥିବା ବେଳେ ୧୪,୭୪୬ ଜଣଙ୍କୁ ସ୍ଥାନାନ୍ତର କରାଯାଇଛି।

ଉଦ୍ଧାର ଓ ରିଲିଫ୍ କାର୍ଯ୍ୟକୁ ଆହୁରି ସୁଦୃଢ଼ କରିବା ପାଇଁ ଧାମନଗର, ଧୁଷୁରୀ (ଧାମନଗର) ଓ ତିହିଡ଼ି ବ୍ଲକରେ ୩ଟି ଏନଡିଆରଏଫ ଟିମ୍, ଧାମନଗର, ଭଣ୍ଡାରିପୋଖରୀ ଓ ବାସୁଦେବପୁର ବ୍ଲକରେ ୭ଟି ଓଡ୍ରାଫ ଟିମ୍ ଏବଂ ସମସ୍ତ ବ୍ଲକରେ ୧୧ ଟି ଅଗ୍ନିଶମ ବାହିନୀର ଟିମ୍‌ ମୁତୟନ କରାଯାଇଛି ।

 

Leave A Reply

Your email address will not be published.