Latest Odisha News

୧୯ ବର୍ଷରୁ କମ୍ ବିଶ୍ୱକପ କ୍ରିକେଟ : ବାଂଲାଦେଶ ସମ୍ମୁଖରେ ୧୭୮ ରନର ବିଜୟ ଲକ୍ଷ୍ୟ

ପୋଚେଫ୍ରୁଷ୍ଟ୍ରୁମ: ୧୯ ବର୍ଷରୁ କମ୍ ବିଶ୍ୱକପ କ୍ରିକେଟ ଫାଇନାଲରେ ଭାରତ ନୈରାଶ୍ୟଜନକ ବ୍ୟାଟିଂ ପ୍ରଦର୍ଶନ କରି ବାଂଲାଦେଶ ସମ୍ମୁଖରେ ୧୭୮ ରନର ବିଜୟ ଲକ୍ଷ୍ୟ ରଖିଛି । ଟିମ୍ ଇଣ୍ଡିଆ ୪୭.୨ ଓଭରରେ ୧୭୭ ରନ କରି ଅଲଆଉଟ ହୋଇ ଯାଇଥିଲା ।

ଯଶସ୍ୱୀ ଜୈସୱାଲଙ୍କ ବ୍ୟତୀତ ଅନ୍ୟ ବ୍ୟାଟ୍ସମ୍ୟାନ ସେଭଳି ପ୍ରଭାବୀ ପ୍ରଦର୍ଶନ କରିପାରି ନ ଥିଲେ । ସେ ୮୮ରନ କରିଥିଲେ । ତଳକ ବର୍ମା (୩୮) ଓ ଧ୍ରୁବ ଜୁରେଲ (୨୨) ରନ କରିବାକୁ ସକ୍ଷମ ହୋଇଥିଲେ ।

ବାଂଲାଦେଶ ପକ୍ଷରୁ ଅଭିଷେକ ଦାସ ସର୍ବାଧିକ ୩ଟି ଉଇକେଟ ଅକ୍ତିଆର କରିଥିଲେ । ଟସ୍ ଜିତି ବାଂଲାଦେଶ ପ୍ରଥମେ ଫିଲ୍ଡିଂ କରିବାକୁ ନିଷ୍ପତି ନେଇଥିଲା । ଭାରତୀୟ ବୋଲରଙ୍କ ପ୍ରଦର୍ଶନ ଉପରେ ଦଳର ଭାଗ୍ୟ ଏବେ ନିର୍ଭର କରୁଛି ।

Leave A Reply

Your email address will not be published.