Latest Odisha News

BREAKING NEWS

ଓଡ଼ିଶା ଗସ୍ତରେ ଆସିବେ ରାଷ୍ଟ୍ରପତି; ସୁରକ୍ଷାରେ ୪୦ ପ୍ଲାଟୁନ୍ ପୋଲିସ…

ଭୁବନେଶ୍ୱର: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆସନ୍ତାକାଲି ଓଡ଼ିଶା ଗସ୍ତରେ ଆସିବେ। ଅଗଷ୍ଟ ୫ ତାରିଖ ପର୍ଯ୍ୟନ୍ତ ସେ ଏହି ଗସ୍ତରେ ରହିବେ। ଯାହାକୁ ନଜରରେ ରଖି ସୁରକ୍ଷା ବ୍ୟବସ୍ଥା ବ୍ୟାପକ କରାଯାଇଛି।

ସୂଚନା ଅନୁଯାୟୀ, ଆସନ୍ତାକାଲି ରାଷ୍ଟ୍ରପତି କଟକରେ ଜଗଦଗୁରୁ କୃପାଳୁ ବିଶ୍ୱବିଦ୍ୟାଳୟର ଉଦଘାଟନ କରିବେ। ୪ ଅଗଷ୍ଟରେ ରାଷ୍ଟ୍ରପତି ଭୁବନେଶ୍ୱରରୁ ବ୍ରହ୍ମପୁର ପର୍ଯ୍ୟନ୍ତ ଟ୍ରେନ ଯାତ୍ରା କରିବେ ଏବଂ ତପ୍ତପାଣିରେ ମା’ କନ୍ଧୁଣୀ ଦେବୀ ମନ୍ଦିର ଓ ଶିବ ମନ୍ଦିରରେ ଦର୍ଶନ ଏବଂ ଆଳତୀ କରିବେ।

କମିଶନରେଟ୍ ପୋଲିସ, ସ୍ପେଶାଲ୍ ପ୍ରୋଟେକ୍ସନ୍ ଗ୍ରୁପ୍ (SPG) ଏବଂ ଅନ୍ୟାନ୍ୟ କେନ୍ଦ୍ରୀୟ ଏଜେନ୍ସି ସହିତ ସମନ୍ୱୟ ରଖି, ରାଷ୍ଟ୍ରପତିଙ୍କ କଟକ ଏବଂ ବ୍ରହ୍ମପୁର ଗସ୍ତ ପାଇଁ ଏକ ଦୃଢ଼ ସୁରକ୍ଷା କବଚ ସ୍ଥାପନ କରିଛି। “ରାଷ୍ଟ୍ରପତିଙ୍କ ସୁରକ୍ଷିତ ଗତିବିଧି ସୁନିଶ୍ଚିତ କରିବା ପାଇଁ ବ୍ୟାପକ ସୁରକ୍ଷା, ଟ୍ରାଫିକ୍ ପରିଚାଳନା ଏବଂ ଲଜିଷ୍ଟିକ୍ ବ୍ୟବସ୍ଥା କରାଯାଇଛି। ପ୍ରାୟ ୪୦ ପ୍ଲାଟୁନ୍ ପୋଲିସ, ପ୍ରାୟ ୧୫୦ ଅଧିକାରୀ ଏବଂ ସ୍ପେଶାଲ୍ ଟାକ୍ଟିକାଲ୍ ୟୁନିଟ୍ (STU), ସ୍ପେଶାଲ୍ ଟେକ୍ନିକାଲ୍ ଗ୍ରୁପ୍ (STG) ଏବଂ ସାଦା ପୋଷାକଧାରୀ କର୍ମଚାରୀଙ୍କ ସମେତ ବିଶେଷଜ୍ଞ ସୁରକ୍ଷା ୟୁନିଟ୍ ନିୟୋଜିତ ହେବେ। ପ୍ରତ୍ୟେକ ସ୍ଥାନରେ ଜଣେ ଡିସିପି- ରାଙ୍କ୍ ଅଧିକାରୀ ନିୟୋଜିତ ହେବେ ବୋଲି କହିଛନ୍ତି ଭୁବନେଶ୍ୱର-କଟକ ପୋଲିସ କମିଶନର ଏସ ଦେବଦତ୍ତ ସିଂହ।

Leave A Reply

Your email address will not be published.