Latest Odisha News

BREAKING NEWS

ଟେଷ୍ଟ କ୍ରିକେଟରେ ଅଲୋଡ଼ା ବିଶ୍ୱ ରେକର୍ଡ: ନୋ ବଲ୍’ ଯୋଗୁଁ ୧୩ଟି ୱିକେଟ ହରାଇଥିଲେ ଭାରତର ବୋଲିଂ କୋଚ

ନୂଆଦିଲ୍ଲୀ: କ୍ରିକେଟରେ କେତେବେଳେ କେଉଁ ରେକର୍ଡ ସୃଷ୍ଟି ହୁଏ, ତାହା କହିବା ମୁସ୍କିଲ । ଦକ୍ଷିଣ ଆଫ୍ରିକାର ପୂର୍ବତନ ତଥା ସମ୍ପ୍ରତି ଭାରତୀୟ କ୍ରିକେଟ ଦଳର ବୋଲିଂ କୋଚ ମୋର୍ନେ ମୋର୍କେଲଙ୍କ ନାମରେ ଟେଷ୍ଟ କ୍ରିକେଟ୍ ଇତିହାସର ଏକ ଅତ୍ୟନ୍ତ ଅଲୋଡ଼ା ବିଶ୍ୱ ରେକର୍ଡ ରହିଛି । ଜଣେ ବୋଲରଙ୍କ ପାଇଁ ‘ନୋ ବଲ୍’ ପକାଇବା କୌଣସି ଅଭିଶାପଠାରୁ କମ୍ ନୁହେଁ, ମାତ୍ର ମୋର୍କେଲ ନିଜ କ୍ୟାରିୟରରେ ନୋ ବଲ୍‌ ଯୋଗୁଁ ମୋଟ ୧୩ଟି ୱିକେଟ୍ ହରାଇଛନ୍ତି । ୨୦୧୭ରେ ଲର୍ଡସଠାରେ ଇଂଲଣ୍ଡ ବିପକ୍ଷ ପ୍ରଥମ ଟେଷ୍ଟ ମ୍ୟାଚ୍‌ରେ ମୋର୍କେଲ ଇଂଲିଶ ବ୍ୟାଟର ବେନ୍ ଷ୍ଟୋକ୍ସଙ୍କୁ ୪୪ ରନ୍‌ରେ ବୋଲ୍ଡ କରିଦେଇଥିଲେ । ଏହା ନୋ ବଲ୍ ଘୋଷିତ ହୋଇଥିଲା । ଏହିପରି ଭାବେ ତାଙ୍କ କ୍ୟାରିୟରରେ ୧୩ ଥର ପାଇଁ ନୋ ବଲ୍‌ ଯୋଗୁଁ ସେ ୱିକେଟ୍ ପାଇବାରୁ ବଞ୍ଚିତ ହୋଇଥିଲେ । ବିଶ୍ୱର ଅନ୍ୟ କୌଣସି ବୋଲର ନୋ ବଲ୍ ଯୋଗୁଁ ଏତେ ସଂଖ୍ୟକ ଟେଷ୍ଟ ୱିକେଟ୍ ହରାଇନାହାନ୍ତି ।

ଏହି ଅଲୋଡ଼ା ରେକର୍ଡ ସମ୍ପର୍କରେ ମୋର୍କେଲ ମଜାଳିଆ ଅନ୍ଦାଜରେ କହିଥିଲେ, “ବିଶ୍ୱ ରେକର୍ଡ ପାଇଁ ଧନ୍ୟବାଦ… କାହାକୁ ନା କାହାକୁ ତ ଏହି ରେକର୍ଡ ନିଜ ନାମରେ ରଖିବାର ଥିଲା ।  ମୋର୍କେଲ ୮୬ ଟେଷ୍ଟ ମ୍ୟାଚରେ ୩୦୯ ୱିକେଟ୍, ଏକଦିବସୀୟରେ ୧୧୭ ମ୍ୟାଚରେ ୧୮୮ ୱିକେଟ, ଟି୨୦ରେ ୪୪ ମ୍ୟାଚରେ ୪୭ ୱିକେଟ ନେଇଛନ୍ତି । ମୋର୍କେଲ ବୋଲିଂ କୋଚ୍ ଭାବେ ନିଜର ଦ୍ୱିତୀୟ ଇନିଂସ ଆରମ୍ଭ କରିଛନ୍ତି । ବର୍ତ୍ତମାନ ସେ ଭାରତୀୟ କ୍ରିକେଟ୍ ଦଳର  ବୋଲିଂ କୋଚ ଦାୟିତ୍ୱ ତୁଲାଉଛନ୍ତି ।

Leave A Reply

Your email address will not be published.