Latest Odisha News

BREAKING NEWS

ଲିଫ୍ଟ ଦେବାକୁ ମନା କରିବାରୁ ବେକ କାଟିଦେଲା ଯୁବକ

ହିଞ୍ଜିଳି: ଲିଫ୍ଟକୁ ନେଇ ହତ୍ୟାକାଣ୍ଡ। ଲିଫ୍ଟ ନଦେବାରୁ ଗଳା କାଟିଦେଲା ଯୁବକ। ଏଭଳି ଚାଞ୍ଚଲ୍ୟକର ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା ହିଞ୍ଜିଳି ଥାନା ଅନ୍ତର୍ଗତ ଖଣ୍ଡୁର ଛକ ନିକଟରେ । ଗତକାଲି ବିଳମ୍ବିତ ରାତିର ଏହି ଘଟଣା । ଆହାତ ବ୍ୟକ୍ତି ଏବେ ହସ୍ପିଟାଲରେ ଚିକିତ୍ସାଧିନ ଅବସ୍ଥାରେ ଅଛନ୍ତି । ହିଞ୍ଜିଳି ପୋଲିସ ଘଟଣାର ତଦନ୍ତ କରୁଛି ।

ସୂଚନା ଅନୁସାରେ, ବିଳମ୍ବିତ ରାତିରେ ଜଣେ ଯୁବକ ଗାଡ଼ି ଚାଳକଙ୍କୁ ଲିଫ୍ଟ ମାଗିଥିଲେ । ତେବେ କୌଣସି କାରଣରୁ ଗାଡ଼ି ଚାଳକ ତାଙ୍କୁ ଲିଫ୍ଟ ଦେବାକୁ ମନା କରିଥିଲେ । ଏଥିରେ ଯୁବକ ଜଣକ ଉତ୍‌କ୍ଷିପ୍ତ ହୋଇପଡ଼ିଥିଲେ । ପରେ ହଠାତ୍ ଛୁରିରେ ଗାଡ଼ି ଚାଳକଙ୍କ ଉପରେ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ଆକ୍ରମଣରେ ଗାଡ଼ି ଚାଳକଙ୍କ ତଣ୍ଟିରେ ଗଭୀର ଆଘାତ ଲାଗିଛି ।

ଘଟଣା ପରେ ସେ ଗୁରୁତର ଆହତ ହୋଇପଡ଼ିଥିଲେ । ତାଙ୍କୁ ତୁରନ୍ତ ହିଞ୍ଜିଳିକାଟୁ ଉପଖଣ୍ଡ ଚିକିତ୍ସାଳୟକୁ ନିଆଯାଇଥିଲା । ଅବସ୍ଥା ଗୁରୁତର ଥିବାରୁ ପରେ ତାଙ୍କୁ ବ୍ରହ୍ମପୁର ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ଅନ୍ୟପଟେ, ଘଟଣାକୁ ନେଇ ହିଞ୍ଜିଳିକାଟୁ ପୋଲିସ ଛାନଭିନ୍ ଆରମ୍ଭ କରିଛି । ଆକ୍ରମଣ ପଛରେ ପ୍ରକୃତ କାରଣ କ’ଣ ଏବଂ ଘଟଣାରେ କିଏ ସମ୍ପୃକ୍ତ, ସେନେଇ ତଦନ୍ତ ଚାଲିଛି । ଲିଫ୍ଟ ଦେବାକୁ ମନା କରିବାକୁ ନେଇ ଏଭଳି ହିଂସ୍ର ଆକ୍ରମଣ ଘଟଣା ଏବେ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି ।

Leave A Reply

Your email address will not be published.