ତିର୍ତ୍ତୋଲ:ଜଗତସିଂହପୁର ଜିଲ୍ଲାର ତିର୍ତ୍ତୋଲ ଥାନା ରାହାମା ବଜାରରେ ମୁଖ୍ୟ ରାସ୍ତା ସଂଲଗ୍ନ ଏକ ଭଡ଼ାଘରେ ଦୀର୍ଘଦିନ ଧରି ଦେହ ବ୍ୟବସାୟ
ଚାଲିଥିଲା । ପୋଲିସ ବିଶେଷ ସୂତ୍ରରୁ ଖବର ପାଇ ଚଢ଼ାଉ ପରେ ସାମ୍ନାକୁ ଆସିଛି ସାଂଘାତିକ ତଥ୍ୟ । ଜଣେ ରାଣୀ ମହୁମାଛି ସମେତ ୪ ଜଣ ଦେହଜୀବୀ, ଜଣେ ଗ୍ରାହକ ଏବଂ ଘର ମାଲିକଙ୍କୁ ପୋଲିସ କରିଛି ଗିରଫ। ଦୀର୍ଘ ଦିନ ଧରି ଭଡ଼ା ଘରେ ଏହି ଦେହ ବ୍ୟବସାୟ ଚାଲିଥିଲା ।
ପୋଲିସର ପ୍ରାଥମିକ ତଦନ୍ତରେ ଏହି ଭଡ଼ାଘରେ ଦୀର୍ଘ ସମୟ ଧରି ଏଭଳି କାରବାର ଚାଲିଥିବା ନେଇ ସୂଚନା ମିଳିଥିବା କୁହାଯାଉଛି। ତେବେ ଘଟଣାର ପ୍ରକୃତ ସତ୍ୟତା ଏବଂ ଏଥିରେ ଆଉ କାହାର ସମ୍ପୃକ୍ତି ରହିଛି କି ନାହିଁ, ସେନେଇ ପୋଲିସ ଖୋଳତାଡ଼ ଜାରି ରଖିଛି।
ରାହାମା ଜିଲ୍ଲାର ଏକ ପ୍ରମୁଖ ବାଣିଜ୍ୟିକ ଓ ଏକ ଶିକ୍ଷା କେନ୍ଦ୍ରିକ ଅଞ୍ଚଳ ହୋଇଥିବାରୁ ଏଭଳି ଅଭିଯୋଗକୁ ନେଇ ସ୍ଥାନୀୟ ବୁଦ୍ଧିଜୀବୀ ଓ ଅଭିଭାବକ ମହଲରେ ଚିନ୍ତା ପ୍ରକାଶ ପାଇଛି।


Comments are closed.