Latest Odisha News

BREAKING NEWS

ଲଗାଣ ବର୍ଷାରେ ୨୦ ଫୁଟ ରାସ୍ତା ଧୋଇଗଲା;ଝରିଗାଁ-ଡାବୁଗାଁ ରାସ୍ତାରେ ଯାତାୟତ ବନ୍ଦ

ଝରିଗାଁ:ଝରିଗାଁରେ କେଉଁଠି ବର୍ଷା ପାଣିରେ ରାସ୍ତା ଧୋଇଯାଇଛି ତ ଆଉ କେଉଁଠି ଆପ୍ରୋଜ ରାସ୍ତାକୁ ବ୍ୟାପକ କ୍ଷତି ପହଞ୍ଚାଇଛି। ସେହିଭଳି ଅନେକ ସ୍ଥାନରେ ରାସ୍ତା ଉପରେ ଆଣ୍ଠୁଏ ବର୍ଷା ପାଣି ପ୍ରବାହିତ ହେଉଥିବା ଯୋଗୁଁ ଯାତାୟାତରେ ସମସ୍ୟା ସୃଷ୍ଟି ହୋଇଛି। ନବରଙ୍ଗପୁରର ଝରିଗାଁ ବ୍ଲକରେ ଲଗାଣ ବର୍ଷା ଯୋଗୁ ଝରିଗାଁ ବ୍ଲକ କୁଟ୍ରିଛାପର ପଞ୍ଚାୟତ ଅନ୍ତର୍ଗତ ଚିକିଲି ନଦୀର ସୁରକ୍ଷା ପାଚେରୀ ସହ ପ୍ରାୟ ୨୦ ଫୁଟ ରାସ୍ତା ଧୋଇ ଯାଇଛି।

କାର୍ଲ୍ଲାମାଲ ଠାରୁ କେବିଡ଼ି ଓ କେବିଡ଼ି ଠାରୁ ବରପାଣି ଗ୍ରାମ ଯିବା ରାସ୍ତାରେ ଥିବା ନାଳ ନିକଟରେ ମଧ୍ୟ ପ୍ରାୟ ୧୦ ଫୁଟର ରାସ୍ତା ବର୍ଷା ପାଣିରେ ଧୋଇ ଯାଇଛି। ଫଳରେ ରେଖାମାଲ ଗ୍ରାମ ସହ ଢେଫଗୁଡ଼ା, କୁର୍ଲୁ ଭଟ୍ଟା, ଧୁମାମ, କେବିଡ଼ି, ଗଇଁଚଚରା, କରାଡଙ୍ଗରି, ବରପାଣି, କାଳିଆପାଣି ଗ୍ରାମର ଲୋକମାନଙ୍କ ପାଇଁ ଯାତାୟତରେ ସମସ୍ୟା ଦେଖାଦେଇଛି।

ସେହିଭଳି ଝରିଗାଁ-ଡ଼ାବୁଗାଁ ମୁଖ୍ୟ ରାସ୍ତାର ରାମସା ଗ୍ରାମ ନିକଟରେ ଥିବା ନଦୀର ଆପ୍ରୋଜ ରାସ୍ତା ବର୍ଷାପାଣିରେ ଧୋଇହୋଇଛି। ଫୁପୁଗାଁ ପୋଲ ଉପର ଦେଇ ବର୍ଷା ପାଣି ପ୍ରଭାବିତ ହେଉଥିବା ଯୋଗୁ ଝରିଗାଁ-ଡାବୁଗାଁ ରାସ୍ତାରେ ଯାତାୟାତ ସମ୍ପର୍ଣ୍ଣ ବନ୍ଦ ହୋଇଯାଇଛି। ସେହିଭଳି ବଡନୀ ଗ୍ରାମଠାରୁ ରାମସା ଗ୍ରାମ ରାସ୍ତା ଆଣ୍ଠୁଏ ଉପରେ ବର୍ଷା ପାଣି ବହୁଥିବା ଯୋଗୁ ଯାତାୟତ ସମସ୍ୟା ଦେଖାଦେଇଥିଲା।

ଏପଟେ ଦୁଇ ଦିନ ଧରି ଲଗାଣ ବର୍ଷା ଯୋଗୁଁ ଝରିଗାଁ ବ୍ଳକର ହଜାର ହଜାର ଏକର ଚାଷ ଜମି ଜଳମଗ୍ନ ହୋଇ ପଡିଛି । ବିଭିନ୍ନ ନଦୀ ପାର୍ଶ୍ୱରେ ହୋଉଥିବା ଧାନ ଚାଷ ଗୁଡିକ ନଷ୍ଟ ହେବା ଚାଷୀ ଆଶଙ୍କା କରୁଛନ୍ତି।

Leave A Reply

Your email address will not be published.