Latest Odisha News

BREAKING NEWS

ଆପ୍ ନେତା କେଜ୍ରିୱାଲଙ୍କ ସମ୍ପର୍କରେ ଜାଣନ୍ତୁ ୭ଟି ଅଜଣା କଥା…

ନୂଆଦିଲ୍ଲୀ: ଜଣେ ସାଧାରଣ ନାଗରିକରୁ ଅନେକ ବ୍ୟକ୍ତି ରାଜନୀତିରେ ପ୍ରବେଶ କରିଥିବା ନେଇ ଅଳ୍ପବହୁତେ ଦୃଷ୍ଟାନ୍ତ ରହିଛି । ସେମାନଙ୍କ ମଧ୍ୟରୁ ବିନା କୌଣସି ରାଜନୈତିକ ସହଯୋଗରେ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଆସନରେ ବସିପାରିଥିବା ଅରବିନ୍ଦ କେଜ୍ରିୱାଲ୍ ଅନ୍ୟତମ ।

ହରିୟାଣାର ସିବାନରେ ଜନ୍ମଗ୍ରହଣ କରିଥିବା କେଜ୍ରିୱାଲ୍ ସମୟକ୍ରମେ ଆମ ଆଦମୀ ପାର୍ଟି (ଆପ୍‌) ଗଢି ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଆସନ ଲାଗି ନିର୍ବାଚନ ଲଢିବା ପାଇଁ ଅଣ୍ଟା ମଧ୍ୟ ଭିଡିଥିଲେ । ଏପରିକି ନିର୍ବାଚନରେ ଜିତି ସେ ସମସ୍ତଙ୍କୁ ହତଚକିତ କରିଦେଇଥିଲେ ।

ଆସନ୍ତୁ ଜାଣିବା ତାଙ୍କ ସମ୍ପର୍କରେ କିଛି ଅଜଣା କଥା…

  • ହରିୟାଣାର ସିବାନରେ ଜନ୍ମଗ୍ରହଣ କରିଥିବା କେଜ୍ରିୱାଲଙ୍କ ପିଲାଦିନ ସୋନିପତ, ଗାଜିଆବାଦ ଓ ହିସାର ଅଞ୍ଚଳରେ କଟିଥିଲା । ତାଙ୍କର ୩ ଭାଇ ଓ ଜଣେ ଭଉଣୀ ଥିବାବେଳେ ବାପା ଗୋବିନ୍ଦ ରାମ କେଜ୍ରିୱାଲ୍ ପେଶାରେ ଜଣେ ଇଞ୍ଜିନିୟର ଥିଲେ ।
  • ବହୁତ କମ୍ ବ୍ୟକ୍ତି ଜାଣିଥିବେ ଯେ, କେଜ୍ରିୱାଲ ତାଙ୍କର ପ୍ରାଥମିକ ଶିକ୍ଷା ମିଶନରିଜ ସ୍କୁଲରେ ସମାପ୍ତ କରିଥିଲେ । ଯାହାଫଳରେ ଚର୍ଚ୍ଚରେ ପ୍ରାର୍ଥନା କରିବା ତାଙ୍କର ଏକପ୍ରକାର ଦୁର୍ବଳତା ପାଲଟି ଯାଇଥିଲେ ମଧ୍ୟ ତାଙ୍କ ଘରେ ହିନ୍ଦୁ ରୀତିନୀତି ଅନୁଯାୟୀ ପୂଜାର୍ଚ୍ଚନା କରାଯାଇଥାଏ ।
  • ଆଇଆଇଟି ଖଡଗପୁରରୁ ମେକାନିକାଲ୍ ଇଞ୍ଜିନିୟରିଂରେ ଡିଗ୍ରୀ ପାଇବା ପରେ ସେ ୧୯୮୯ ମସିହାରେ ଟାଟା ଷ୍ଟିଲରେ କିଛି ବର୍ଷ କାର୍ଯ୍ୟରତ ଥିଲେ । ପରେ ୧୯୯୨ ମସିହାରେ ସେ ଭାରତୀୟ ରାଜସ୍ୱ ସେବାରେ ଯୋଗ ଦେଇଥିଲେ ।
  • ଏହାବ୍ୟତିତ ଅରବିନ୍ଦ କେଜ୍ରିୱାଲ ମଦର ଟେରେସାଙ୍କ ମିଶନରାଜି ଅଫ୍ ଚାରିଟି, ରାମକୃଷ୍ଣ ମିଶନ ଓ ନେହେରୁ ଯୁବ କେନ୍ଦ୍ର ସହିତ ଅତି ନିବିଡ ଭାବେ ଜଡିତ । ଏପରିକି ସେ ମଦର ଟେରେସାଙ୍କ ସଙ୍ଗଠନ ସହ ମିଶି କିଛି ମାସ କାମ କରିଥିଲେ । ଯାହା ପରଠାରୁ ତାଙ୍କ ଜୀବନରେ ଅନେକ ପରିବର୍ତ୍ତନ ଘଟିଥିଲା ।
  • ଖୁବ୍ କମ୍ ବ୍ୟକ୍ତି ଏହା ଜାଣିଥିବେ ଯେ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ରମନ ମାଗାସେସ୍ ଆୱାର୍ଡରେ ମଧ୍ୟ ସମ୍ମାନିତ ହୋଇଥିଲେ । ଆରଟିଆଇ ଆକ୍ଟ ଲାଗି ୨୦୦୬ ମସିହାରେ ତାଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଥିଲା ।
  • ପରବର୍ତ୍ତୀ ସମୟରେ ସେ ଚାକିରି ଛାଡିବା ପରେ ବିଶିଷ୍ଟ ସମାଜସେବୀ ଆନ୍ନା ହଜାରେଙ୍କ ସଂସ୍ପର୍ଶରେ ଆସିଥିଲେ । ତାଙ୍କ ସହିତ ମିଶି ଲୋକପାଳ ବିଲ୍ ଲାଗି ଆନ୍ଦୋଳନ ଆରମ୍ଭ କରିଥିଲେ।
  • ୨୦୧୨ ମସିହାରେ ରାଜନୈତିକ ପାର୍ଟି (ଆମ ଆଦମୀ ପାର୍ଟି) ତିଆରି କରିଥିଲେ ଏବଂ ୨୦୧୫ ମସିହାରେ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଆସନ ହାତେଇଥିଲେ ।
Leave A Reply

Your email address will not be published.