Latest Odisha News

BREAKING NEWS

ରହସ୍ୟଘେରରେ ନାସ୍ତ୍ରେଦମସଙ୍କ କରୋନା ଭବିଷ୍ୟବାଣୀ

ଉହାନ: ଚୀନରୁ ସାରା ପୃଥିବୀକୁ ବ୍ୟାପୁଥିବା ଘାତକ କରୋନା ଭାଇରସରେ ଏପର୍ଯ୍ୟନ୍ତ ୯୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇସାରିଛି । ଅନ୍ତର୍ଜାତୀୟ ସ୍ତରରେ ଏପର୍ଯ୍ୟନ୍ତ ୪୦ହଜାରୁ ଅଧିକ ଲୋକ ଏହି ଭାଇରସ ଦ୍ୱାରା ସଂକ୍ରମିତ ହୋଇଥିବା ଜଣାପଡିଛି । ସୋଶିଆଲ ମିଡିଆରେ କିଛି ଲୋକ କରେ।।ନା ଭାଇରସକୁ ନାସ୍ତ୍ରେଦମସଙ୍କ ଭବିଷ୍ୟବାଣୀ ସହିତ ଯୋଡି କିଛି ପୋଷ୍ଟ କରିଛନ୍ତି ।

ମାଇକ୍ରୋବ୍ଲଗିଙ୍ଗ ୱେବସାଇଟ୍ ଜରିଆରେ ଲୋକମାନେ ଦାବି କରିଛନ୍ତି କି, ଫ୍ରାନ୍ସରେ ଜନ୍ମିତ ଭବିଷ୍ୟବକ୍ତା ନାସ୍ତ୍ରେଦମସ୍ ପାଖାପାଖି ୪୬୫ ବର୍ଷ ପୂର୍ବେ କରୋନା ଭାଇରସର ଭବିଷ୍ୟବାଣୀ କରିଥିଲେ । ଟ୍ୱିଟରରେ ମାର୍କୋ ମଲାକାର ନାମକ ଜଣେ ୟୁଜର ଲେଖିଛନ୍ତି, “ସାରା ଦୁନିଆରେ ହେଉଥିବା ବନ୍ୟା, ବାତ୍ୟା, ଅଗ୍ନିକାଣ୍ଡ ଓ କରୋନା ଭାଇରସ ହେଉଛି ସେହି ସଂକଟ ଯାହାକୁ ୪୬୫ ବର୍ଷ ପୂର୍ବେ ନାସ୍ତ୍ରେଦମସ୍ ଭବିଷ୍ୟବାଣୀ କରିଥିଲେ ।”

କ’ଣ ସତରେ ମାଇକଲ ଡି ନାସ୍ତ୍ରେଦମସ ୧୫ତମ ଶତାବ୍ଦୀରେ ନିଜ ଭବିଷ୍ୟବାଣୀରେ ଏକ ଭୟଙ୍କର ମହାମାରୀ ବ୍ୟାପିବା ଆଶଙ୍କା କରିଥିଲେ । ନାସ୍ତ୍ରେଦମସଙ୍କ ଭବିଷ୍ୟବାଣୀ ରହସ୍ୟମୟୀ ବାକ୍ୟ ରୂପେ ମିଳେ । ତାଙ୍କ ଭବିଷ୍ୟବାଣୀ ପ୍ରଥମ ଥର ୧୫୫୫ରେ ଅସ୍ତିତ୍ୱକୁ ଆସିଥିଲା ।

Leave A Reply

Your email address will not be published.