Latest Odisha News

ରାଜ୍ୟ ସରକାରଙ୍କ ବଡ଼ ଘୋଷଣା:କମିଲା ପିୟୁସିସି ଫାଇନ୍, ଆସିଲା ନୂଆ ନିୟମ

ଭୁବନେଶ୍ୱର: ଗାଡ଼ି ଚାଳକଙ୍କ ପାଇଁ ବଡ଼ ଖବର। ରାଜ୍ୟ ସରକାର କରିଛନ୍ତି ବଡ଼ ଘୋଷଣା। ରାଜ୍ୟରେ କମିଲା PUCC ଫାଇନ୍। ଜାରି ହେଲା ନୂଆ ନିୟମ। ପୂର୍ବରୁ ପିୟୁସିସି ନଥିଲେ ସର୍ବାଧିକ ୧୦ ହଜାର ଟଙ୍କା ପର୍ଯ୍ୟନ୍ତ ଫାଇନ୍ ଆଦାୟ ହେଉଥିଲା। ୨୦୧୯ରୁ ଏହି ୧୦ ହଜାର ଟଙ୍କାର ଜରିମାନା ବ୍ୟବସ୍ଥା ରହିଥିଲା। ଏବେ ଏହି ଜରିମାନାକୁ କମାଇ ନୂଆ ନିୟମ ଆଣିଛନ୍ତି ରାଜ୍ୟ ସରକାର। ନୂଆ ବ୍ୟବସ୍ଥାରେ ସର୍ବାଧିକ ୬ ହଜାର ଟଙ୍କା ପର୍ଯ୍ୟନ୍ତ ହିଁ ଫାଇନ୍ ଆଦାୟ କରାଯିବ।

୪ ଚକିଆ ଯାନ ପାଇଁ ପ୍ରଥମ ଥର ୨ ହଜାର ଟଙ୍କା ଫାଇନ୍ ପଡ଼ିବ । ଗାଡ଼ି ପାଇଁ ଯାହା ନିୟମ ଅଛି ମାନିବାକୁ ପଡ଼ିବ ବୋଲି କହିଛନ୍ତି ମନ୍ତ୍ରୀ । ଗାଡ଼ି ପ୍ରଦୂଷଣ କାଗଜପତ୍ର କରିବା ଜରୁରୀ। ଦୁର୍ଘଟଣା ଏଡ଼ାଇବାକୁ କଠୋର ନିଷ୍ପତ୍ତି ନିଆଯାଇଛି । ଅନେକ ରାଜ୍ୟରେ ପିୟୁସିସି ନଥିଲେ ପ୍ରଥମ ଥର ଜରିମାନା ପାଇଁ ୧ହଜାର ଟଙ୍କା ଧାର୍ଯ୍ୟ କରାଯାଇଥିଲାବେଳେ ଯଦି ସେହି ସମାନ ଗାଡ଼ିରେ ଦ୍ୱିତୀୟ ଥର ଏହି ନିୟମର ଉଲ୍ଲଂଘନ ହୁଏ ତାହେଲେ ୨ହଜାର ଟଙ୍କା ଜରିମାନା ଲାଗୁ କରାଯାଉଛି।

ହେଲେ ଓଡ଼ିଶା ସରକାର ଏଥିପାଇଁ ୧୦ ହଜାର ଟଙ୍କା ଜରିମାନା ଧାର୍ଯ୍ୟ କରିଥିଲେ । ବିଭିନ୍ନ ଟୋଲ୍‌ଗେଟ୍‌ରେ ଗାଡ଼ିର ଅଟୋମେଟିକ୍‌ ଚାଲାଣ କଟିବା ବ୍ୟବସ୍ଥା କରାଯିବା ପରେ ଚାରିଆଡ଼େ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା । ଫଳରେ ରାଜ୍ୟ ପରିବହନ ବିଭାଗ ସେତେବେଳେ ଏହି ଜରିମାନା ଅର୍ଥ ହ୍ରାସ କରାଯିବ ବୋଲି ଘୋଷଣା କରିଥିଲା ।

Leave A Reply

Your email address will not be published.