Latest Odisha News

BREAKING NEWS

ହାର୍ଦ୍ଦିକଙ୍କ ପାଇଁ କଡ ସର୍ତ ରଖିଲା ବିସିସିଆଇ

ନୂଆଦିଲ୍ଲୀ: ଜାତୀୟ ଦଳରେ ସ୍ଥାନ ସୁରକ୍ଷିତ ରଖିବା ପାଇଁ ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଉପରେ ବିସିସିଆଇ କଡା ସର୍ତ ଲଦିଛି । ମ୍ୟାଚରେ ସମ୍ପୂର୍ଣ୍ଣ ୧୦ ଓଭର ବୋଲିଂ କରିବା ପାଇଁ ହାର୍ଦ୍ଧିକଙ୍କୁ ପ୍ରସ୍ତୁତ ରହିବାକୁ ପଡିବ । ଜଣେ ବ୍ୟାଟ୍ସମ୍ୟାନ ଭାବେ ତାଙ୍କୁ ଦଳରେ ନିଆଯାଇ ପାରିବ ନାହିଁ । ସେ ଫିଟ ରହିବା ସହ ବୋଲିଂ ଅଭ୍ୟାସ ଜାରୀ ରଖିବା ପାଇଁ ବିସିସିଆଇ କହିଛି । ଚିଫ୍ ସିଲେକ୍ଟର ଅଜିତ ଅଗରକର ଏବଂ ଟିମ୍ ମ୍ୟାନେଜମେଣ୍ଟ ସ୍ପଷ୍ଟ କରିଛନ୍ତି ଯେ, ହାର୍ଦ୍ଦିକଙ୍କୁ ଦିନିକିଆ ଟିମ୍‌କୁ ଫେରିବା ଏବଂ ୱାର୍ଲ୍ଡ କପ୍ ଖେଳିବା ପାଇଁ ନିଜ କୋଟାର ପୂରା ୧୦ ଓଭର ବୋଲିଂ କରିବାକୁ ୧୦୦% ଫିଟ୍ ହେବା ଜରୁରୀ ।

ଅଧା-ଅଧୁରା ଫିଟନେସ୍ କିମ୍ବା କେବଳ ବ୍ୟାଟର ଭାବେ ତାଙ୍କୁ ୫୦ ଓଭର ଫର୍ମାଟ୍‌ରେ ସୁଯୋଗ ମିଳିବ ନାହିଁ । ହାର୍ଦ୍ଦିକ ନିଜର ଫିଟନେସ୍ ଫେରିପାଇବା ପାଇଁ କଠିନ ପରିଶ୍ରମ କରୁଛନ୍ତି । ସେ ବେଙ୍ଗାଲୁରୁସ୍ଥିତ ସେଣ୍ଟର ଅଫ୍ ଏକ୍ସଲେନ୍ସ ନିକଟରେ ଘର ଭଡ଼ା ନେଇ ନିଜର ଟ୍ରେନିଂ ଏବଂ ରିହ୍ୟାବ୍ ପ୍ରକ୍ରିୟା ଜାରି ରଖିଛନ୍ତି । ଚୋଟଗ୍ରସ୍ତ ଖେଳାଳିଙ୍କ ସମ୍ପୂର୍ଣ୍ଣ ସୁସ୍ଥତା ଏବଂ ଫେରିବା ସମୟସୀମାକୁ ନେଇ  ସ୍ପଷ୍ଟ ସୂଚନା ନମିଳିବାରୁ ଟିମ୍ ମ୍ୟାନେଜମେଣ୍ଟ ଚିନ୍ତାରେ ଅଛି । ୱାର୍ଲ୍ଡ କପ୍ ପୂର୍ବରୁ ବୋର୍ଡ କୌଣସି ବିପଦ ନେବାକୁ ଚାହୁଁନି ।

Leave A Reply

Your email address will not be published.