ଭୁବନେଶ୍ବର: ୩୦ ବର୍ଷ ହୋଇଗଲା… ଏବେ କ’ଣ ଆଉ ସରକାରୀ ଚାକିରି ମୋର ହେବ? ଯଦି ଆପଣଙ୍କ ମନରେ ବି ଏମିତି ପ୍ରଶ୍ନ ଅଛି, ତେବେ ଜାଣନ୍ତୁ, ୩୦ ପରେ ବି ସରକାରୀ ଚାକିରିର ଅନେକ ରାସ୍ତା ଖୋଲା ରହିଛି। ତାହା ପୁଣି ଏକ ଭଲ ଦରମା ସହିତ…
ଦେଶ ତଥା ରାଜ୍ୟର ଅନେକ ସରକାରୀ ନିଯୁକ୍ତିରେ ସର୍ବାଧିକ ବୟସ ସୀମା ୩୦ରୁ ୪୦ ବର୍ଷ ପର୍ଯ୍ୟନ୍ତ ରହିଥାଏ। ଏହାସହିତ OBC, SC, ST, PwD ଓ କିଛି ଅନ୍ୟ ବର୍ଗ ପାଇଁ ନିୟମ ଅନୁସାରେ ବୟସରେ ଅତିରିକ୍ତ ଛାଡ଼ ମଧ୍ୟ ମିଳିପାରେ।
ଷ୍ଟେଟ୍ PSCରେ ଏହା ବଡ଼ ସୁଯୋଗ। OPSC, UPPSC, BPSC ଓ RPSC ଭଳି ଅନେକ ରାଜ୍ୟରେ ପ୍ରଶାସନିକ ପଦ ପାଇଁ ୩୫ରୁ ୪୦ ବର୍ଷ ପର୍ଯ୍ୟନ୍ତ ବୟସ ସୀମା ଥାଇପାରେ। ଶିକ୍ଷକତା କ୍ଷେତ୍ରରେ B.Ed ସହ CTET, TET କିମ୍ବା UGC-NET ଯୋଗ୍ୟତା ଥିଲେ ସ୍କୁଲ୍ ଶିକ୍ଷକ, KVS, NVS ଓ ଆସିଷ୍ଟାଣ୍ଟ ପ୍ରଫେସର ଭଳି ପଦରେ ସୁଯୋଗ ମିଳିପାରେ। ବ୍ୟାଙ୍କିଂ ଓ ରେଲୱେରେ ମଧ୍ୟ କିଛି Specialist Officer, NTPC ଓ ଅନ୍ୟାନ୍ୟ ପଦ ପାଇଁ ୩୦ରୁ ୩୫ ବର୍ଷ ପର୍ଯ୍ୟନ୍ତ ବୟସ ସୀମା ରହିପାରେ।
LLB କରିଥିବା ପ୍ରାର୍ଥୀଙ୍କ ପାଇଁ ଜୁଡିସିଆରୀ, ମେଡିକାଲ୍ ଗ୍ରାଜୁଏଟ୍ଙ୍କ ପାଇଁ ସ୍ୱାସ୍ଥ୍ୟ ବିଭାଗ, ଏବଂ କିଛି ପଦରେ SSC CGL ମଧ୍ୟ ବିକଳ୍ପ ହୋଇପାରେ। କିଛି SSC ପଦରେ ବୟସ ସୀମା ୩୨ ବର୍ଷ ପର୍ଯ୍ୟନ୍ତ ରହେ।
ତେବେ ବୟସ ୩୦ ଛୁଇଁବା ପରେ ସମାଜରେ ପ୍ରାୟତଃ ବେରୋଜଗାର ପୁଅ କିମ୍ବା ଝିଅକୁ ବେଶୀ ସୁବିଧା ଏବଂ ସମୟ ମିଳେନାହିଁ । କିନ୍ତୁ ଚାକିରୀ କ୍ଷେତ୍ରରେ ଏବେ ବି ଆପଣଙ୍କ ଫାଙ୍କା ପଡିଛି ଆପଣଙ୍କ ସିଟ୍ । ତେବେ ୩୦ ପରେ ପ୍ରସ୍ତୁତିର ଏକ ବଡ ଫାଇଦା ହେଉଛି, ଅଧିକ ପରିପକ୍ୱତା, ଲକ୍ଷ୍ୟ ପ୍ରତି ସ୍ପଷ୍ଟତା ଓ ଟାଇମ୍ ମ୍ୟାନେଜମେଣ୍ଟ। ପ୍ରାଇଭେଟ୍ ଚାକିରିର ଅଭିଜ୍ଞତା ଥିଲେ ମଧ୍ୟ ତାହା ଇଣ୍ଟରଭ୍ୟୁ ଓ ମେନ୍ସରେ ସାହାଯ୍ୟ କରିପାରେ।
ତେବେ ମନେ ରଖନ୍ତୁ, ପ୍ରତ୍ୟେକ ନିଯୁକ୍ତିର ନିୟମ ଅଲଗା। ତେଣୁ ଆବେଦନ ପୂର୍ବରୁ ଅଫିସିଆଲ୍ ନୋଟିଫିକେସନରେ ବୟସ ଓ ଯୋଗ୍ୟତା ନିଶ୍ଚିତ ଯାଞ୍ଚ କରନ୍ତୁ। ସିଲାବସ୍ ଓ ବେସିକ୍ ମଜବୁତ କରିବା ସହ ୫-୧୦ ବର୍ଷର PYQ ଅଭ୍ୟାସ, ମକ୍ ଟେଷ୍ଟ ଏବଂ ନିୟମିତ ପଢ଼ା ଜାରି ରଖନ୍ତୁ। ବୟସ ୩୦ ହେବା ଶେଷ ସୀମା ନୁହେଁ, ସଠିକ୍ ନିଯୁକ୍ତି ଖୋଜିବା ଓ ନିୟମିତ ପ୍ରସ୍ତୁତି ହିଁ ଆପଣଙ୍କ ପରବର୍ତ୍ତୀ ସୁଯୋଗର ଚାବି।

