Latest Odisha News

BREAKING NEWS

ବନ୍ୟା ପରେ ନେପାଳରେ ଭୂକମ୍ପ, ତୀବ୍ରତା ୫.୦…

ନୂଆଦିଲ୍ଲୀ: ନ୍ୟାସନାଲ ସେଣ୍ଟର ଫର୍ ସିସମୋଲୋଜି(NCS) ଅନୁଯାୟୀ, ମଙ୍ଗଳବାର ରାତିରେ ବନ୍ୟା ବିଧ୍ୱସ୍ତ ନେପାଳରେ ୫.୦ ତୀବ୍ରତାର ଏକ ଭୂମିକମ୍ପ ଅନୁଭୂତ ହୋଇଛି। କାଠମାଣ୍ଡୁ ସମେତ ଅନେକ ସ୍ଥାନରେ ଭୂକମ୍ପର ଝଟକା ଅନୁଭୂତ ହୋଇଛି।

ସେହିପରି କିଛି ଘଣ୍ଟା ପୂର୍ବରୁ ତିବ୍ଦତରେ ୫.୩ ତୀବ୍ରତାର ଏକ ଭୂମିକମ୍ପ ମଧ୍ୟ ଅନୁଭୂତ ହୋଇଥିଲା। ଅଗଷ୍ଟ ୨୬ ତାରିଖରେ ହୋଇଥିବା ଭୟଙ୍କର ବନ୍ୟାର କ୍ଷୟକ୍ଷତିରୁ ନେପାଳ ଏବେ ବି ମୁକୁଳି ପାରିନଥିବାବେଳେ ଏହି ଭୂମିକମ୍ପ ହୋଇଛି।

ନେପାଳର ଜାତୀୟ ବିପର୍ଯ୍ୟୟ ବିପଦ ହ୍ରାସ ଏବଂ ପରିଚାଳନା କର୍ତ୍ତୃପକ୍ଷଙ୍କ ଅନୁଯାୟୀ, ଏପର୍ଯ୍ୟନ୍ତ ବନ୍ୟାରେ ୧,୩୫୭ ଜଣଙ୍କର ମୃତ୍ୟୁ ହୋଇଛି। ଉଦ୍ଧାରକାରୀ ଦଳ ଏପର୍ଯ୍ୟନ୍ତ ୫,୩୨୬ ଜଣ ନିଖୋଜ ଙ୍କୁ ଖୋଜୁଛନ୍ତି। ଯେତେବେଳେ କି ୧୩,୫୮୩ ଜଣଙ୍କୁ ଉଦ୍ଧାର କରାଯାଇଛି।

ସୂଚନା ଅନୁଯାୟୀ, ବନ୍ୟା ଯୋଗୁଁ ନଅଟି ଜିଲ୍ଲାରେ ଜଳବିଦ୍ୟୁତ ପ୍ରକଳ୍ପର ସୁଡ଼ଙ୍ଗରେ ୧୨୧ ଜଣ ଏବେବି ଫସି ରହିଥିବା ଆଶଙ୍କା କରାଯାଉଛି। ସୁଡ଼ଙ୍ଗଗୁଡ଼ିକରେ ଛୋଟ ବାୟୁଚଳନ ପ୍ରଣାଳୀ, ବିଶ୍ରାମାଗାର ଏବଂ କିଛି କ୍ଷେତ୍ରରେ ରୋଷେଇ ଘର ମଧ୍ୟ ଅଛି। ତେଣୁ ଉଦ୍ଧାର ଦଳ ଏପର୍ଯ୍ୟନ୍ତ ଆଶା ଛାଡ଼ୁନାହାଁନ୍ତି। ସେହିପରି ଭାରତୀୟ ସୁଡ଼ଙ୍ଗ ବିଶେଷଜ୍ଞଙ୍କ ଏକ ଦଳ ମଧ୍ୟ ଉଦ୍ଧାର କାର୍ଯ୍ୟରେ ସାମିଲ ଅଛନ୍ତି। ଏହି କାର୍ଯ୍ୟରେ ମଧ୍ୟ ସହାୟତା କରୁଛନ୍ତି ଅଷ୍ଟ୍ରେଲୀୟ ସୁଡ଼ଙ୍ଗ ବିଶେଷଜ୍ଞ ଆର୍ନୋଲ୍ଡ ଡିକ୍ସ ।

Leave A Reply

Your email address will not be published.