Latest Odisha News

BREAKING NEWS

ଟ୍ରେନ୍ ଧକ୍କାରେ ଦନ୍ତା ହାତୀ ମୃତ

ଭୁବନେଶ୍ବର: ରାୟଗଡ଼ା ଜିଲ୍ଲା ଅନ୍ତର୍ଗତ ଥେରୁବାଲି ଅଞ୍ଚଳ ନିକଟରେ ବୁଧବାର ବିଳମ୍ବିତ ରାତିରେ ଏକ ଦ୍ରୁତଗାମୀ ଟ୍ରେନ୍ ଧକ୍କାରେ ଏକ ଦନ୍ତା ହାତୀର ମୃତ୍ୟୁ ଘଟିଛି।

ସୂଚନା ଅନୁଯାୟୀ, ଏହି ଦୁର୍ଘଟଣା ବିଷମକଟକ-ଥେରୁବାଲି ରେଲୱେ ଷ୍ଟେସନ ମଝିରେ ହୋଇଥିବା ଜଣାପଡ଼ିଛି। ହାତୀଟି ରେଳ ଧାରଣା ଅତିକ୍ରମ କରୁଥିବା ସମୟରେ ଟ୍ରେନ୍ ଧକ୍କା ଦେଇଥିଲା। ଯାହା ଫଳରେ ଘଟଣାସ୍ଥଳରେ ହିଁ ହାତୀଟିର ମୃତ୍ୟୁ ହୋଇଥିଲା।

ରେଳ ଧାରଣାଠାରୁ ପ୍ରାୟ ତିନି ମିଟର ଦୂରରେ ହାତୀର ମୃତଦେହ ପଡ଼ିଥିବାର ଦେଖିବାକୁ ମିଳିଥିଲା। ତେବେ ସେହି ଅଞ୍ଚଳରେ ପ୍ରବଳ ବର୍ଷା ଯୋଗୁଁ ଉଦ୍ଧାର ଓ ମୃତଦେହ ହଟାଇବା କାର୍ଯ୍ୟ ବାଧାପ୍ରାପ୍ତ ହୋଇଛି। ଯାହା ଫଳରେ ଏପର୍ଯ୍ୟନ୍ତ ମୃତଦେହ ଉଦ୍ଧାର କରାଯାଇପାରିନାହିଁ।

ବନ ବିଭାଗ ଅଧିକାରୀ ଓ ରେଳବାଇ କର୍ତ୍ତୃପକ୍ଷ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କାର୍ଯ୍ୟରେ ଲାଗିଛନ୍ତି। ଏଥି ସହ ଘଟଣାର ଅଧିକ ତଦନ୍ତ ପାଇଁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବେ ବୋଲି ସୂଚନା ମିଳିଛି।

 

Leave A Reply

Your email address will not be published.