ମୁମ୍ବାଇ: ହିଟମ୍ୟାନ ଭାବେ ପରିଚିତ ଭାରତର ଷ୍ଟାର କ୍ରିକେଟର ରୋହିତ ଶର୍ମା ଟି ସର୍ଟ ମାଧ୍ୟମରେ ଚୟନ କମିଟି ମୂଖ୍ୟ ଅଜିତ ଅଗରକରଙ୍କୁ ଟାର୍ଗେଟ କରିଥିବା କୁହାଯାଉଛି । ରୋହିତ ଏକ ଟି ସର୍ଟ ପିନ୍ଧିଥିଲେ ଯେଉଁଥିରେ ନନ କମିଟାଲ ଲେଖା ଯାଇଥିଲା । ପ୍ରଶଂସକଙ୍କ ନଜର ଏହି ଲେଖା ଉପରେ ପଡିବା ପରେ ଫଟୋଟି ଖୁବ ଶୀଘ୍ର ଭାଇରାଲ ହୋଇ ଯାଇଥିଲା । ପୂର୍ବତନ ଭାରତୀୟ ଅଧିନାୟକ ରୋହିତ ନିଜର ଆଗାମୀ ଟିଭି ଶୋର ପ୍ରୋମୋ ସୁଟିଂ ସମୟରେ ଏକ ଧଳା ରଙ୍ଗର ଟି-ସାର୍ଟ ପିନ୍ଧିଥିବାର ଦେଖାଯାଇଛି, ଯେଉଁଥିରେ ନନ କମିଟାଲ ଲେଖାଯାଇଛି । ଏହି ଟି-ସାର୍ଟକୁ ଦେଖି ସୋସିଆଲ୍ ମିଡିଆରେ ଫ୍ୟାନ୍ସମାନେ ଦାବି କରୁଛନ୍ତି ଯେ, ରୋହିତ ବିସିସିଆଇର ମୁଖ୍ୟ ଚୟନକର୍ତ୍ତା ଅଜିତ ଅଗରକରଙ୍କ ପୂର୍ବତନ ବକ୍ତବ୍ୟକୁ ନେଇ ପରୋକ୍ଷରେ ଟାର୍ଗେଟ୍ କରିଛନ୍ତି ।
ଗତବର୍ଷ ଅକ୍ଟୋବରରେ ଶୁଭମନ୍ ଗିଲ୍ଙ୍କୁ ଦିନିକିଆ ଦଳର ନୂଆ ଅଧିନାୟକ ଘୋଷଣା କରିବା ବେଳେ ଅଜିତ୍ ଅଗରକର କହିଥିଲେ ଯେ, ୨୦୨୭ ଦିନିକିଆ ବିଶ୍ୱକପ୍କୁ ନେଇ ରୋହିତ ଶର୍ମା ଓ ବିରାଟ କୋହଲି ନନ କମିଟାଲ । ରୋହିତ ଟି୨୦ ଏବଂ ଟେଷ୍ଟ କ୍ରିକେଟ୍ରୁ ଅବସର ନେସାରିଛନ୍ତି । ସେ ଚଳିତ ମାସ ସେପ୍ଟେମ୍ବର ୨୭ରୁ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ଆରମ୍ଭ ହେବାକୁ ଥିବା ଦିନିକିଆ ସିରିଜ୍ରେ ଖେଳୁଥିବାର ନଜର ଆସିବେ । ଲର୍ଡସରେ ଇଂଲଣ୍ଡ ବିପକ୍ଷ ଶେଷ ଦିନିକିଆ ମ୍ୟାଚ୍ରେ ୧୩୮ ରନ୍ର ଶତକୀୟ ପାରି ଖେଳିବା ପରେ, ରୋହିତ ସେପ୍ଟେମ୍ବର ୨୭ରୁ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ଆରମ୍ଭ ହେବାକୁ ଥିବା ଦିନିକିଆ ସିରିଜ୍ରେ ମଇଦାନକୁ ଓହ୍ଲାଇବେ ।

