Latest Odisha News

BREAKING NEWS

ଏସିଆନ ଗେମ୍ସରେ ଭାରତୀୟ ଆଥଲେଟଙ୍କ ଶ୍ରେଷ୍ଠ ପ୍ରଦର୍ଶନ

ନୂଆଦିଲ୍ଲୀ: ଏସିଆନ୍ ଗେମ୍ସର ୨୦ତମ ସଂସ୍କରଣ (ଏସିଆନ୍ ଗେମ୍ସ ୨୦୨୬) ଜାପାନର ଆଇଚି-ନାଗୋୟାଠାରେ ୧୯ ସେପ୍ଟେମ୍ବରରୁ ୪ ଅକ୍ଟୋବର ୨୦୨୬ ପର‌୍ୟ୍ୟନ୍ତ ଖେଳାଯିବ । ଭାରତ ଏକ ଶକ୍ତିଶାଳୀ ଟିମ ସହ ଏଥିରେ ଅଂଶଗ୍ରହଣ କରିବାକୁ ଯାଉଛି । ଆସନ୍ତୁ ନଜର ପକାଇବା ଏସିଆନ ଗେମ୍ସରେ ଶ୍ରେଷ୍ଠ ପ୍ରଦର୍ଶନ କରିଥିବା ଭାରତୀୟ ଆଥଲେଟଙ୍କ ଉପରେ.. ।   ୧୯୫୧ ମସିହାରେ ଭାରତର ଆୟୋଜନରେ ଆରମ୍ଭ ହୋଇଥିବା ଏହି ପ୍ରତିଯୋଗିତାରେ ପ୍ରଥମେ ୧୧ଟି ଦେଶ ଭାଗ ନେଇଥିବା ବେଳେ, ଏବେ ଅଲମ୍ପିକ୍ କାଉନ୍ସିଲ୍ ଅଫ୍ ଏସିଆର ସମସ୍ତ ୪୫ଟି ସଦସ୍ୟ ଦେଶ ଏଥିରେ ନିୟମିତ ଅଂଶଗ୍ରହଣ କରୁଛନ୍ତି ।  ହାଙ୍ଗଝୋଉ ୨୦୨୨ରେ ଭାରତ ନିଜର ସବୁଠାରୁ ଶ୍ରେଷ୍ଠ ପ୍ରଦର୍ଶନ କରି ୨୮ଟି ସ୍ୱର୍ଣ୍ଣ, ୩୮ଟି ରୌପ୍ୟ ଏବଂ ୪୦ଟି କାଂସ୍ୟ ସହ ମୋଟ ୧୦୬ଟି ପଦକ ଜିତି ଚତୁର୍ଥ ସଫଳ ଟିମ୍ ହୋଇଥିଲା ।

ଏସିଆନ୍ ଗେମ୍ସ ଇତିହାସରେ ଭାରତ ମୋଟ ୭୭୮ଟି ପଦକ (୧୮୩ ସ୍ୱର୍ଣ୍ଣ, ୨୩୮ ରୌପ୍ୟ, ୩୫୭ କାଂସ୍ୟ) ଜିତି ପଦକ ତାଲିକାରେ ୫ମ ସ୍ଥାନରେ ରହିଛି । ଭାରତକୁ ସର୍ବାଧିକ ପଦକ ଆଥଲେଟିକ୍ସରୁ (୨୮୩ଟି ପଦକ – ୮୫ ସ୍ୱର୍ଣ୍ଣ) ମିଳିଛି । ଏହା ବ୍ୟତୀତ ଶୁଟିଂରେ ୮୦, କୁସ୍ତିରେ ୬୫ ଏବଂ ବକ୍ସିଂରେ ୬୧ଟି ପଦକ ମିଳିଛି । ପି.ଟି. ଉଷା ୪ଟି ସ୍ୱର୍ଣ୍ଣ ଓ ୭ଟି ରୌପ୍ୟ ସହ ମୋଟ ୧୧ଟି ପଦକ ଜିତି ଭାରତର ସବୁଠାରୁ ସଫଳ ଏଥଲେଟ୍ ରହିଛନ୍ତି । ତାଙ୍କ ପଛକୁ ଟେନିସ ଖେଳାଳି ଲିଆଣ୍ଡର ପେସ ରହିଛନ୍ତି । ସେ ୫ ସ୍ୱର୍ଣ୍ଣ,୩ ବ୍ରୋଞ୍ଜ ସହ ୮ ପଦକ ଜିତିଛନ୍ତି । ଶୁଟିଂରେ ଜସପାଲ ରାଣା( ୪ ସ୍ୱର୍ଣ୍ଣ, ୨ ରୌପ୍ୟ, ୨ ବ୍ରୋଞ୍ଜ), ଟେନିସରେ ସାନିଆ ମିର୍ଜା( ୨ସ୍ୱର୍ଣ୍ଣ, ୩ ରୌପ୍ୟ, ୩ ବ୍ରୋଞ୍ଜ), ଆଥଲେଟିକ୍ସରେ ପରଦୁମନ ସିଂ (୩ ସ୍ୱର୍ଣ୍ଣ, ୧ ରୌପ୍ୟ, ୧ବ୍ରୋଞ୍ଜ), ଆଥଲେଟିକ୍ସରେ ମିଲଖା ସିଂ( ୪ ସ୍ୱର୍ଣ୍ଣ), ମଞ୍ଜିତ କୌର( ୩ ସ୍ୱର୍ଣ୍ଣ, ୧ ରୌପ୍ୟ), ଏମଆର ପୁଭାମ୍ମା( ୩ସ୍ୱର୍ଣ୍ଣ, ୧ ବ୍ରୋଞ୍ଜ), କବାଡିରେ ନବନୀତ ଗୌତମ ଓ ରାକେଶ କୁମାର ୩ ସ୍ୱର୍ଣ୍ଣ ହାସଲ କରିଛନ୍ତି ।

Leave A Reply

Your email address will not be published.