Latest Odisha News

BREAKING NEWS

ଜୟଦେବ ବିହାରରେ ହଙ୍ଗାମା: ହଷ୍ଟେଲ୍ ମାଲିକଙ୍କ ଆକ୍ରମଣରେ ଛାତ୍ରୀ ମେଡିକାଲରେ ଭର୍ତ୍ତି

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରର ଜୟଦେବ ବିହାର ଅଞ୍ଚଳରେ ଥିବା ଏକ ଘରୋଇ ମହିଳା ହଷ୍ଟେଲ୍ ପରିସରରେ ରବିବାର ଏକ ଅଭାବନୀୟ ତଥା ଉତ୍ତେଜନାପୂର୍ଣ୍ଣ ପରିସ୍ଥିତି ସୃଷ୍ଟି ହୋଇଛି। ହଷ୍ଟେଲ୍ ମାଲିକଙ୍କ ଆକ୍ରମଣରେ ଜଣେ ଛାତ୍ରୀ ଗଭୀର ଭାବରେ ଆହତ ହୋଇଥିବା ଅଭିଯୋଗ ହୋଇଛି । ଆହତ ଛାତ୍ରୀଙ୍କୁ ରକ୍ତାକ୍ତ ଅବସ୍ଥାରେ ଉଦ୍ଧାର କରାଯାଇ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି, ଯେଉଁଠାରେ ତାଙ୍କର ଚିକିତ୍ସା ଜାରି ରହିଛି ।

ସୂଚନା ଅନୁଯାୟୀ, କୌଣସି ଏକ କାରଣକୁ ନେଇ ହଷ୍ଟେଲ୍ ମାଲିକ ଏବଂ ସେଠାରେ ରହୁଥିବା ଛାତ୍ରୀମାନଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା । ଏହି ବିବାଦ ଉଗ୍ର ରୂପ ଧାରଣ କରିବାରୁ ହଷ୍ଟେଲ୍ ମାଲିକ ହଠାତ୍ ଉତ୍ତକ୍ଷିତ ହୋଇପଡ଼ିଥିଲେ ଏବଂ ଏକ ଧାରୁଆ ଅସ୍ତ୍ର ବା ଛୁରୀ ସାହାଯ୍ୟରେ ଜଣେ ଛାତ୍ରୀଙ୍କୁ ଆକ୍ରମଣ କରିଥିଲେ । ହଠାତ୍ ଘଟିଥିବା ଏହି ଘଟଣା ଯୋଗୁଁ ହଷ୍ଟେଲରେ ଭୟ ଓ ଆତଙ୍କର ବାତାବରଣ ସୃଷ୍ଟି ହୋଇଥିଲା । ଅନ୍ୟ ଅନ୍ତେବାସୀମାନେ ଭୟଭୀତ ହୋଇ ଚିତ୍କାର କରିବାରୁ ଆଖପାଖର ଲୋକମାନେ ସେଠାରେ ରୁଣ୍ଡ ହୋଇଥିଲେ ।

ଘଟଣା ସମ୍ପର୍କରେ ଖବର ପାଇ ସ୍ଥାନୀୟ ପୋଲିସ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତିକୁ ନିୟନ୍ତ୍ରଣକୁ ଆଣିଥିଲା । ପୋଲିସ ହଷ୍ଟେଲ୍ ପରିସରରୁ ତଥ୍ୟ ସଂଗ୍ରହ କରିବା ସହ ଉତ୍ତେଜିତ ଅନ୍ତେବାସୀମାନଙ୍କୁ ବୁଝାସୁଝା କରିଥିଲା । ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି ।

Leave A Reply

Your email address will not be published.