ଭୁବନେଶ୍ୱର: ଭାରତୀୟ ପାଣିପାଗ ବିଭାଗ ଓଡିଶାର ବିଭିନ୍ନ ସ୍ଥାନରେ ବର୍ଷା ଓ ବଜ୍ରପାତ ନେଇ ପୂର୍ବାନୁମାନ କରିଛି। ଯାହା ଫଳରେ ସେପ୍ଟେମ୍ବର ୧୭ ପର୍ଯ୍ୟନ୍ତ ୟେଲୋ ଆଲର୍ଟ ଜାରି କରାଯାଇଛି।
ରବିବାର ପାଇଁ ଆଇଏମଡି ଝଡ଼ବର୍ଷା ନେଇ ହଳଦିଆ ଚେତାବନୀ ଜାରି କରିଛି। ଯେଉଁଥିରେ ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା, ଜଗତସିଂହପୁର, କଟକ, କେନ୍ଦୁଝର, ମୟୂରଭଞ୍ଜ, ସୁବର୍ଣ୍ଣପୁର, ବୌଦ୍ଧ, ନୁଆପଡା ନବରଙ୍ଗପୁର, ରାୟଗଡା, କୋରାପୁଟ, ମାଲକାନଗିରି, ଗଜପତି, ଗଞ୍ଜାମ, ପୁରୀ, ଖୋର୍ଦ୍ଧା ଏବଂ ନୟାଗଡ଼ ରହିଛି।
ସେହିପରି ସୋମବାର ପାଇଁ କେନ୍ଦୁଝର, ମୟୂରଭଞ୍ଜ, ରାୟଗଡା, କୋରାପୁଟ ଏବଂ ଗଜପତିର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ୩୦ରୁ ୪୦ କିଲୋମିଟର ବେଗରେ ବଜ୍ରପାତ ଏବଂ ଝଡ଼ବର୍ଷା ହେବ।
ସେପ୍ଟେମ୍ବର ୧୫ରେ କେନ୍ଦୁଝର, ମୟୂରଭଞ୍ଜ, ନବରଙ୍ଗପୁର, ରାୟଗଡା, କୋରାପୁଟ ଏବଂ ଗଜପତିର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ସେହିପରି ସେପ୍ଟେମ୍ବର ୧୬ ରେ କେନ୍ଦୁଝର, ମୟୂରଭଞ୍ଜ, ନବରଙ୍ଗପୁର, ରାୟଗଡା, କୋରାପୁଟ ଏବଂ ଗଜପତି ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି।
ଅପରପକ୍ଷରେ ସେପ୍ଟେମ୍ବର ୧୭ରେ କେନ୍ଦୁଝର, ମୟୂରଭଞ୍ଜ, ରାୟଗଡା, କୋରାପୁଟ ଏବଂ ଗଜପତିରେ ପ୍ରବଳ ବର୍ଷା ନେଇ ହଳଦିଆ ଚେତାବନୀ ଦିଆଯାଇଛି।

