Latest Odisha News

ଏମଆଇଟି ଗବେଷକଙ୍କୁ ବଡ ସଫଳତା: ପରିସ୍କାର ପାଣି ପାଇଁ ଗଛ ଛାଲରୁ ପ୍ରସ୍ତୁତ ହୋଇଛି ଫିଲ୍ଟର

ନୂଆଦିଲ୍ଲୀ: ଏମଆଇଟି ଗବେଷକଙ୍କୁ ଏକ ବଡ ସଫଳତା ମିଳିଛି । ସହଜ ଓ ସୁବିଧାରେ କିପରି ଶୁଦ୍ଧ ପାନୀୟ ଜଳ ମିଳିପାରିବ ସେ ନେଇ ସେମାନେ ଗବେଷଣା କରିଥିଲେ । ଗଛର ଛାଲକୁ ଫିଲ୍ଟର ଭାବେ ବ୍ୟବହାର କରି ବିଶୁଦ୍ଧ ପାନୀୟ ଜଳ ବାହାର କରିବାରେ ସେମାନେ ସଫଳ ହୋଇଛନ୍ତି । ଆମେରିକାର ମାସାଚୁସେଟ୍ସ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି ର ଗବେଷକମାନେ ଗଛର ଡାଳ (ସ୍ୟାପ୍‌ଉଡ୍‌) ବ୍ୟବହାର କରି ପାଣି ବିଶୋଧନ କରିବାର ଏକ ସହଜ ଓ ପ୍ରାକୃତିକ ଉପାୟ ବାହାର କରିଛନ୍ତି ।  ଗଛର ଛାଲ ତଳେ ଥିବା ଜାଇଲେମ ନାମକ ସୂକ୍ଷ୍ମ ନଳୀଗୁଡ଼ିକ ମଧ୍ୟରେ ଥିବା ପତଳା ଝିଲ୍ଲୀଗୁଡ଼ିକ ପ୍ରାକୃତିକ ଛାଣି ଭାବରେ କାର‌୍ୟ୍ୟ କରନ୍ତି । ଏଗୁଡ଼ିକ ପାଣିକୁ ଯିବାକୁ ଦିଅନ୍ତି, କିନ୍ତୁ ଜୀବାଣୁ ଓ ଅଶୁଦ୍ଧିକୁ ଅଟକାଇ ଦିଅନ୍ତି ।  ଲାବୋରେଟୋରୀ ପରୀକ୍ଷଣରେ ଏହି ଜାଇଲେମ୍ ଫିଲ୍ଟର୍ ୯୯% ରୁ ଅଧିକ ଇ-କୋଲାଇ  ବ୍ୟାକ୍ଟେରିଆ ଏବଂ ରୋଟାଭାଇରସ୍‌କୁ ଦୂର କରିବାରେ ସଫଳ ହୋଇଛି ।

ଭାରତର ପାହାଡ଼ିଆ ଓ ସହରାଞ୍ଚଳରେ ସ୍ଥାନୀୟ ପାଇନ୍  ଗଛର କାଠ ବ୍ୟବହାର କରି ପରୀକ୍ଷା କରିଥିଲେ । ଏହା ଦ୍ୱାରା ସ୍ଥାନୀୟ ପାନୀୟ ଜଳରେ ଥିବା ଜୀବାଣୁ ସଫଳତାର ସହ ଦୂର ହୋଇପାରିଛି ।  ଏକ ପାତ୍ରରେ ପାଣି ରଖି ଏକ ୧ ମିଟର ଲମ୍ବ ନଳୀ ମାଧ୍ୟମରେ ଗାଭିଟି (ଗୁରୁତ୍ୱାକର୍ଷଣ) ବଳ ଦ୍ୱାରା ଜାଇଲେମ୍ ଫିଲ୍ଟର୍ ଦେଇ ପାଣି ବିଶୋଧନ କରାଯାଏ, ଯାହା ଘଣ୍ଟାକୁ ପ୍ରାୟ ୧ ଲିଟର ପାଣି ସଫା କରିପାରେ । ଏହି ପ୍ରଯୁକ୍ତିବିଦ୍ୟା ଅତ୍ୟନ୍ତ ସସ୍ତା ଓ ସହଜ ହୋଇଥିବାରୁ ଜଳବାହିତ ରୋଗରୁ ରକ୍ଷା ପାଇବା ପାଇଁ ଗ୍ରାମାଞ୍ଚଳ ଓ କମ୍ ସମ୍ବଳ ଥିବା ଅଞ୍ଚଳଗୁଡ଼ିକ ପାଇଁ ବହୁତ ଉପଯୋଗୀ ସାବ୍ୟସ୍ତ ହେବ ।

Leave A Reply

Your email address will not be published.