Latest Odisha News

BREAKING NEWS

ଭଦ୍ରକରେ ପୂର୍ବ ଶତ୍ରୁତାରୁ ଗଡ଼ିଲା ମୁଣ୍ଡ; କୁକୁଡ଼ା ଦୋକାନୀ ମୃତ, ଜଣେ ଗୁରୁତର

ଭଦ୍ରକ: ଭଦ୍ରକରେ ପୂର୍ବ ଶତ୍ରୁତାରୁ ଗଡ଼ିଲା ମୁଣ୍ଡ। ସ୍ଥାନୀୟ ଜେନା ସାହିରେ ଆକ୍ରମଣର ଶିକାର ହୋଇ ଜଣେ କୁକୁଡ଼ା ଦୋକାନୀ ଲକ୍ଷ୍ମୀଧର ଜେନାଙ୍କ ମୃତ୍ୟୁ ଘଟିଥିବା ବେଳେ ତାଙ୍କ ପୁଅ ପର୍ଶୁରାମ ଜେନା ଗୁରୁତର ଆହତ ହୋଇଛନ୍ତି।

ଭଦ୍ରକ ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ଜେନା ସାହିରେ ପୁରୁଣା ଶତ୍ରୁତାକୁ କେନ୍ଦ୍ରକରି ଏକ ଗୋଷ୍ଠୀ ସେମାନଙ୍କ ଉପରେ ଆକ୍ରମଣ କରିଥିଲେ। ଯେଉଁଥିରେ କୁକୁଡ଼ା ଦୋକାନୀଙ୍କ ମୃତ୍ୟୁ ହୋଇଛି ଏବଂ ତାଙ୍କ ପୁଅ ଗୁରୁତର ଆହତ ହୋଇଛନ୍ତି।

ମୃତକଙ୍କ ପରିଚୟ ଲକ୍ଷ୍ମୀଧର ଜେନା ଭାବେ ଚିହ୍ନଟ କରାଯାଇଛି। ଆକ୍ରମଣକାରୀ ମାନେ ବାପା ଓ ପୁଅଙ୍କ ଉପରେ କାଚ ବୋତଲ ଓ ଭୁଜାଲି ଦ୍ୱାରା ଆକ୍ରମଣ କରିଥିଲେ। ଏହି ଆକ୍ରମଣରେ ଲକ୍ଷ୍ମୀଧର ଗୁରୁତର ଆହତ ହୋଇ ପ୍ରାଣ ହରାଇଥିଲେ।

ପର୍ଶୁରାମଙ୍କୁ ପ୍ରଥମେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ଏବଂ ବର୍ତ୍ତମାନ ତାଙ୍କୁ କଟକ ସ୍ଥିତ ଏସସିବି (SCB) ମେଡିକାଲ୍ କଲେଜ ଓ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। ଏହି ଘଟଣା ରଣ୍ଡିଆ ପଞ୍ଚାୟତ ଅଞ୍ଚଳରେ ଘଟିଛି। ତେବେ ଭଦ୍ରକ ଗ୍ରାମାଞ୍ଚଳ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିବା ସହ ଅଭିଯୁକ୍ତମାନଙ୍କ ପରିଚୟ ଜାଣିବାକୁ ଉଦ୍ୟମ କରୁଛି।

Leave A Reply

Your email address will not be published.