ଭୁବନେଶ୍ୱର: ଟାଇମ୍ସ ସ୍କଲାର୍ସ ଗୁରୁକୁଳ ରେ Drivers Dignity Day ପାଳନ କରାଯାଇଛି। ଏହି ଉତ୍ସବରେ ଚାଳକ ମାନଙ୍କର ଦାୟିତ୍ୱବୋଧ ଏବଂ ନିଷ୍ଠାପର କାର୍ଯ୍ୟ ପାଇଁ ସ୍କାଉଟ୍ସ /ଗାଇଡ୍ସ ତରଫରୁ ବିଦ୍ୟାଳୟର ଅଧ୍ୟକ୍ଷା ସେମାନଙ୍କୁ ପୁଷ୍ପଗୁଛ ଓ ଛୋଟ ଉପହାର ପ୍ରଦାନ କରି ସମ୍ମାନିତ
କରାଯାଇଛି।
ଚାଳକ ମାନେ ଗାଡି ଚଲେଇବା ସମୟରେ କିପରି ସତର୍କତା ଅବଲମ୍ବନ କରିବେ, ସେ ବିଷୟରେ ସଚେତନ କରିଥିଲେ। ଛାତ୍ରଛାତ୍ରୀ ଗାଡ଼ିରେ ଯିବା ସମୟରେ କିପରି ଶୃଙ୍ଖଳା ରକ୍ଷା କରିବା ସହିତ ଅସୁବିଧାରେ ସେମାନଙ୍କୁ ସାହାଯ୍ୟ ସହଯୋଗ ପ୍ରଦାନ କରିବେ ସେଥିପାଇଁ ଉପଦେଶ ଦେଇଥିଲେ। । ଛାତ୍ରଛାତ୍ରୀଙ୍କ ସୁରକ୍ଷିତ ଯାତାୟାତରେ ଚାଳକମାନଙ୍କ ଭୂମିକା ଅତ୍ୟନ୍ତ ଦାୟିତ୍ୱପୂର୍ଣ୍ଣ ହୋଇଥିବାରୁ ସେମାନଙ୍କ ନିଷ୍ଠା ଓ ସେବାକୁ ପ୍ରଶଂସା କରାଯାଇଥିଲା।
ବିଦ୍ୟାଳୟ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଚାଳକମାନଙ୍କୁ ସମ୍ମାନିତ କରାଯିବା ସହ ସୁରକ୍ଷିତ ଯାତାୟାତ ଓ ଶୃଙ୍ଖଳାବଦ୍ଧ ଯାତ୍ରା ନେଇ ସଚେତନତା ସୃଷ୍ଟି କରାଯାଇଥିଲା। ଚାଳକମାନଙ୍କୁ ଗାଡ଼ି ଚଳାଇବା ସମୟରେ ସର୍ବଦା ସତର୍କ ରହିବା, ଟ୍ରାଫିକ୍ ନିୟମ ପାଳନ କରିବା ଏବଂ ଛାତ୍ରଛାତ୍ରୀଙ୍କ ସୁରକ୍ଷାକୁ ସର୍ବାଧିକ ପ୍ରାଥମିକତା ଦେବା ପାଇଁ ପରାମର୍ଶ ଦିଆଯାଇଥିଲା।

