ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଟିମ ଏବେ ଏସିଆନ ଗେମ୍ସରେ ସ୍ୱର୍ଣ୍ଣ ପଦକ ହାସଲ କରିବା ପାଇଁ ମନୋନିବେଶ କରିଛି । ଭାରତର ତିଳକ ବର୍ମା, ଶିବମ୍ ଦୁବେ ଏବଂ ଅର୍ଶଦୀପ ସିଂହ ଏପର୍ୟ୍ୟନ୍ତ ୧୭ଟି ଭିନ୍ନ ଭିନ୍ନ ବିପକ୍ଷ ଦଳ ବିପକ୍ଷରେ ଟି୨୦ ମ୍ୟାଚ୍ ଖେଳିସାରିଛନ୍ତି । ଜାପାନ ବିପକ୍ଷ ମ୍ୟାଚ୍ରେ ପ୍ଲେଇଂଏକାଦଶର ଅଂଶ ହେବା ମାତ୍ରେ ଜାପାନ ସେମାନଙ୍କର ୧୮ଶ ବିପକ୍ଷ ଦଳ ହେବ । ଏହା ସହ ସେମାନେ ବିରାଟ କୋହଲି, ରୋହିତ ଶର୍ମା ଏବଂ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ପଛରେ ପକାଇବେ, ଯେଉଁମାନେ ନିଜ କ୍ୟାରିୟରରେ ୧୭ଟି ଲେଖାଏଁ ବିପକ୍ଷ ଦଳ ସହ ଟି୨୦ ଖେଳିଛନ୍ତି ।
ଭାରତ ପାଇଁ ସବୁଠାରୁ ଅଧିକ ଭିନ୍ନ ଭିନ୍ନ ଦଳ (୧୮ଟି ଦଳ) ବିପକ୍ଷରେ ଟି୨୦ ଖେଳିବାର ରେକର୍ଡ ସୂର୍ୟ୍ୟକୁମାର ଯାଦବଙ୍କ ନାମରେ ରହିଛି । ଜାପାନ ବିପକ୍ଷରେ ଖେଳିବା ମାତ୍ରେ ତିଲକ, ଦୁବେ ଓ ଅର୍ଶଦୀପ, ସୂର୍ୟ୍ୟକୁମାରଙ୍କ ଏହି ରେକର୍ଡର ସମକକ୍ଷ ହୋଇଯିବେ । ଜସପ୍ରୀତ ବୁମରା ଏବଂ ଅକ୍ଷର ପଟେଲ ଏପର୍ୟ୍ୟନ୍ତ ୧୬ଟି ଦଳ ବିପକ୍ଷରେ ଖେଳିଛନ୍ତି, ଜାପାନ ସେମାନଙ୍କ ପାଇଁ ୧୭ଶ ଦଳ ହେବ । ଅଭିଷେକ ଶର୍ମା ୧୬, ଋଷଭ ପନ୍ତ, କେ.ଏଲ୍. ରାହୁଲ ଏବଂ ବରୁଣ ଚକ୍ରବର୍ତ୍ତୀ ଏପର୍ୟ୍ୟନ୍ତ ୧୫ଟି ଲେଖାଏଁ ବିପକ୍ଷ ଦଳ ସହ ଟି୨୦ ଖେଳିଛନ୍ତି ।

