ପାରାଦୀପ:ପାରାଦୀପ ବିଶ୍ୱକର୍ମା ପୂଜାରେ ଅଘଟଣ । ତୋରଣର ଲାଇଟ୍ ଗେଟ୍ କାର ଉପରେ ଭାଙ୍ଗି ପଡ଼ିଥିଲା।କାର ଚାଳକ ଓ କାରରେ ଥିବା ଯାତ୍ରୀ ଅଳ୍ପକେ ବର୍ତ୍ତି ଯାଇଛନ୍ତି । ଆଜି ପାରାଦୀପରେ ହଠାତ୍ ପବନ ଓ ବର୍ଷା ହୋଇ ଏଭଳି ଏକ ଅଘଟଣ ଘଟିଛି ।
ଜୟଦେବ ସଦନ ନିକଟ ଏଫସିଆଇ ୟୁନିଅନର ତୋରଣ ର ଲାଇଟ୍ ଗେଟ୍ ହଠାତ୍ ରାସ୍ତା ଉପରକୁ ଖସି ପଡ଼ିଥିଲା। ସେହି ରାସ୍ତା ଦେଇ ଯାଉଥିବା ଏକ କାର ଏହି ବାଉଁଶ ଗେଟ୍ ଭିତରେ ହିଁ ଫସି ଯାଇଥିଲା।
ସେଠାରେ ଥିବା ଲୋକମାନେ କାର ଭିତରର ଲୋକଙ୍କୁ ଉଦ୍ଧାର କରିଥିବା ବେଳେ ଘଟଣାସ୍ଥଳରେ ପୋଲିସ ଓ ବନ୍ଦର ଅଗ୍ନିଶମ ବିଭାଗ ପହଞ୍ଚି ବାଉଁଶ ଗେଟକୁ ହଟାଇଥିଲେ।

