Latest Odisha News

BREAKING NEWS

ଏସିଆନ୍ ଗେମ୍ସ ୨୦୨୬ ପାଇଁ ଭାରତୀୟ ମହିଳା ରଗ୍‌ବୀ ଟିମ୍ ଘୋଷଣା: ଓଡ଼ିଶାର ୪ ଜଣ ଖେଳାଳି ସାମିଲ

ନୂଆଦିଲ୍ଲୀ: ଆଗାମୀ ଆଇଚି-ନାଗୋୟା ଏସିଆନ୍ ଗେମ୍ସ ୨୦୨୬  ପାଇଁ ରଗ୍‌ବୀ ଇଣ୍ଡିଆ  ସୋମବାର ୧୩-ଜଣିଆ ସିନିୟର ମହିଳା ରଗ୍‌ବୀ ସେଭେନ୍ସ  ସ୍କ୍ୱାଡର ଘୋଷଣା କରିଛି । ଏହି ଭାରତୀୟ ଦଳରେ ଓଡ଼ିଶାର ୪ ଜଣ ପ୍ରତିଭାବାନ୍ ଖେଳାଳି ସ୍ଥାନ ପାଇ ରାଜ୍ୟ ପାଇଁ ଗୌରବ ଆଣିଦେଇଛନ୍ତି । ଦୁମୁନି ମାରାଣ୍ଡିଙ୍କୁ ଭାରତୀୟ ଦଳର ଉପ-ଅଧିନାୟକ ଭାବେ ମନୋନୀତ କରାଯାଇଥିବା ବେଳେ  ନିର୍ମାଲ୍ୟା ରାଉତ , ମାମା ନାଏକ ଏବଂ ସନ୍ଧ୍ୟାରାଣୀ ଟୁଡୁ ସ୍ଥାନ ପାଇଛନ୍ତି । ଶିଖା ଯାଦବ ଦଳର ନେତୃତ୍ୱ ନେବେ । ମହିଳା ରଗ୍‌ବୀ ସ୍ପର୍ଦ୍ଧା ଅକ୍ଟୋବର ୧ ରୁ ୩ ପର‌୍ୟ୍ୟନ୍ତ ନାଗୋୟାର ପାଲୋମା ମିଜୁହୋ ରଗ୍‌ବୀ ଷ୍ଟାଡିୟମରେ ଅନୁଷ୍ଠିତ ହେବ । ଭାରତକୁ ପୁଲ୍-ବିରେ ସ୍ଥାନ ମିଳିଛି ।

ଏହି ଗ୍ରୁପ୍‌ରେ ଭାରତ ସହ ଗତଥରର ଚାମ୍ପିଅନ୍ ଚୀନ୍ , ହଂକଂ ଚୀନ୍  ଏବଂ ମଲେସିଆ ରହିଛନ୍ତି । ଭାରତୀୟ ମହିଳା ରଗ୍‌ବୀ ଟିମ୍ ୨୦୧୦ ଗୁଆଙ୍ଗଝୋଉ ଏସିଆନ୍ ଗେମ୍ସରେ ପ୍ରଥମ ଥର ପାଇଁ ପଦାର୍ପଣ କରିଥିଲା । ୨୦୧୪ ଏବଂ ୨୦୧୮ ସଂସ୍କରଣରେ ଅଂଶଗ୍ରହଣ ନ କରିବା ପରେ, ଦଳ ୨୦୨୨ ହାଙ୍ଗଝୋଉ ଏସିଆନ୍ ଗେମ୍ସରେ ପ୍ରତ୍ୟାବର୍ତ୍ତନ କରି ୭ମ ସ୍ଥାନରେ ରହିଥିଲା ।

ଭାରତୀୟ ସ୍କ୍ୱାଡ୍: ଶିଖା ଯାଦବ (ଅଧିନାୟକ), ଦୁମୁନି ମାରାଣ୍ଡି (ଉପ-ଅଧିନାୟକ), ଅମନଦୀପ କୌର, ଆରତୀ କୁମାରୀ, ଭୂମିକା ଶୁକ୍ଲା, ବୈଷ୍ଣବୀ ପାଟିଲ, ଗୁଡ଼ିଆ କୁମାରୀ, କଲ୍ୟାଣୀ ପାଟିଲ, ମାମା ନାଏକ, ନିର୍ମାଲ୍ୟା ରାଉତ, ସନ୍ଧ୍ୟା ରାୟ, ସନ୍ଧ୍ୟାରାଣୀ ଟୁଡୁ, ଏବଂ ଉଜ୍ଜ୍ୱଳା ଘୁଗେ।

Leave A Reply

Your email address will not be published.