Latest Odisha News

BREAKING NEWS

ଦିଲ୍ଲୀ ପ୍ରିମିୟର ଲିଗରୁ ଆଇପିଏଲ ଯାଏଁ ସ୍ପଟଫିକ୍ସିଂ, ଟିମ୍ ଲିକ୍ ଅଭିଯୋଗ, ତଦନ୍ତ ପାଇଁ ବିସିସିଆଇକୁ ଅନୁରୋଧ

ନୂଆଦିଲ୍ଲୀ: ଦିଲ୍ଲୀ ପ୍ରିମିୟର ଲିଗରେ ମ୍ୟାଚ୍‌ର ପ୍ଲେଇଂ ଏକାଦଶ ଲିକ୍ ଏବଂ ସ୍ପଟ୍-ଫିକ୍ସିଂ ଅଭିଯୋଗକୁ ନେଇ କ୍ରିକେଟ୍ ଜଗତରେ ହଙ୍ଗାମା ସୃଷ୍ଟି ହୋଇଛି । ତହେଲକାର ଏକ ଷ୍ଟିଂ ଅପରେସନ୍ ପରେ ଏହି ମାମଲା ଏବେ ଆଇପିଏଲ ପର‌୍ୟ୍ୟନ୍ତ ପହଞ୍ଚିଛି । ସାମ୍ନାକୁ ଆସିଥିବା ରିପୋର୍ଟ ଅନୁସାରେ, ନାଗାଲାଣ୍ଡର ପୂର୍ବତନ ରଣଜୀ ଖେଳାଳି ରଚିତ ଭାଟିଆ ଦାବି କରିଛନ୍ତି ଯେ ସେ ଓଚଖ ୨୦୨୫ ରେ ଚେନ୍ନାଇ ସୁପର କିଙ୍ଗସର ୫ଟି ମ୍ୟାଚ୍‌ର ପ୍ଲେଇଂଏକାଦଶ ଟସ୍ ପୂର୍ବରୁ ବୁକିମାନଙ୍କୁ ଦେଇଥିଲେ । ଏଥିପାଇଁ ତାଙ୍କୁ ପ୍ରତି ମ୍ୟାଚ୍ ପାଇଁ ୬୦ ଲକ୍ଷ ଟଙ୍କା ହିସାବରେ ମୋଟ ୩ କୋଟି ଟଙ୍କା ମିଳିଥିଲା । ସ୍ନାପଚାଟ୍ ଏବଂ କୋଡ୍-ଇମୋଜି ଜରିଆରେ ଲଣ୍ଡନରେ ଥିବା ବୁକିମାନଙ୍କ ପାଖକୁ ଏହି ଗୋପନୀୟ ସୂଚନା ପଠାଯାଉଥିଲା ।

ଦିଲ୍ଲୀ ପ୍ରିମିୟର ଲିଗ ୨୦୨୬ ରେ ମଧ୍ୟ ସେଣ୍ଟ୍ରାଲ ଦିଲ୍ଲୀ କିଙ୍ଗସ ଟିମ୍‌ର ପ୍ଲେଇଂ ଏକାଦଶ ସୂଚନା ଏହିପରି ଭାବେ ଲିକ୍ କରାଯାଇଥିବା ଦାବି କରାଯାଇଛି । ଏହି ମାମଲାରେ ଖେଳାଳି ବଂଶ ବେଦୀଙ୍କ ନାମ ଚର୍ଚ୍ଚାକୁ ଆସିଥିଲା । ଦିଲ୍ଲୀ ଏବଂ ଜିଲ୍ଲା କ୍ରିକେଟ୍ ସଂଘ ଅନୁସାରେ, ବଂଶ ବେଦୀ ନିଜେ ଦିଲ୍ଲୀ ପ୍ରିମିୟର ଲିଗ ସମୟରେ ଜଣେ ସନ୍ଦିଗ୍ଧ ବ୍ୟକ୍ତି ତାଙ୍କୁ ଫିକ୍ସିଂ ପାଇଁ ଯୋଗାଯୋଗ କରିଥିବା ନେଇ ଆଣ୍ଟି-କରପସନ୍ ୱିଙ୍ଗରେ ଅଭିଯୋଗ କରିଥିଲେ । ଡିଡିସିଏ ଏହି ଘଟଣାର ଗାମ୍ଭୀର‌୍ୟ୍ୟକୁ ଦୃଷ୍ଟିରେ ରଖି ନିଜଆଡ଼ୁ ପଦକ୍ଷେପ ନେଇଛି ଏବଂ ସମ୍ପୂର୍ଣ୍ଣ ମାମଲାର ନିରପେକ୍ଷ ତଦନ୍ତ ପାଇଁ ବିସିସିଆଇକୁ ପତ୍ର ଲେଖି ଅନୁରୋଧ କରିଛି । ଦୋଷୀ ସାବ୍ୟସ୍ତ ହେଲେ ସମ୍ପୃକ୍ତ ବ୍ୟକ୍ତିଙ୍କ ବିରୋଧରେ କଠୋର ବାସନ୍ଦ ଆଦେଶ ଜାରି କରାଯିବ ।

Leave A Reply

Your email address will not be published.